Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

5.0  

Sadananda Sahoo

Others

ପ୍ରେମର ମହଲ

ପ୍ରେମର ମହଲ

1 min
195


ସ୍ନେହଁର ମହଲ ପ୍ରୀତି ଗନ୍ତାଘର 

   ଦୁଷ୍ମନ୍ତ ସସ୍ଣିତା ନୀଡ , 

ନିଆରା ବିଭବ  ଆବାସ କୁହୁକ 

  ସ୍ପର୍ଶକରେ   ନାହିଁଝଡ ! ! 


ପ୍ରେମର ହୃଦୟ ନିଆରା ଜୀବନ 

   ଦୁଷ୍ମନ୍ତ ତ 'ସ୍ନେହିଁ ରାଜା , 

ତ୍ୟାଗପୂତ ତାଙ୍କ ଜୀବନ ଆଦର୍ଶ 

    ସବୁଠି ପଡନ୍ତି ଖୋଜା !! 


ସୁନାର ଘରଣୀ ପ୍ରିତୀ ମହାରାଣୀ 

    ସଶ୍ମିତା' ସମ୍ପଦା ପତ୍ନୀ , 

ମୁଦୁଲି କୁଳର ଗୌରବ ସୌଭାଗ୍ୟ 

    ଅଜାଡନ୍ତି ଭକ୍ତି ପ୍ରିତୀ ! !


 ଶାବକ ରତନ  ଆଖିର ସପନ 

    ଓମ  ଦୁଷ୍ମନ୍ତ ଧନ , 

ପ୍ରଗତୀ ଦର୍ଶିନୀ ସୁନାନାକି ବାଳୀ 

   ଅମୂଲ୍ୟା ସମ୍ପଦା ଜାଣ ! ! 


ଆମ ପିତୃଦେବ ରବୀନ୍ଦ୍ର ତୀର୍ଯ୍ୟକ 

    ସମର୍ପଣେ ବିଭାବରୀ , 

ମହାନ ତ୍ୟାଗର ଶେଷ ନିଦର୍ଶନ 

   ଧର୍ମସେବା ବ୍ରତଚାରୀ ! ! 


ଆମ ସୁନାମାତା  ଧର୍ମପରାୟଣା 

    ସ୍ନେହଁର କାଞ୍ଚନବାଳା , 

ଜୀବନ ସଂଘର୍ଷେ ସଦାସେ' ଉତ୍କର୍ଷେ

    ମମତାମୟୀ' ର କଳା ! ! 


 ଅନୁଜ ବିଭବ ଭାତୃ ସହୋଦର  

     ଶଶିକାନ୍ତ ମନମିତ , 

ସପତ୍ନୀକେ ସେ'ଯେ ଅଛନ୍ତି କୁଶଳେ

    ମୁଦୁଲି କୁଳର ରତ୍ନ ! ! 


ଆମ ସୁନା ବୋହୂ ରଶ୍ମିତା ପ୍ରିତୀମା 

    ଶଶିକାନ୍ତ ମଥାମଣି , 

ସ୍ନେହଁ ସରାଗିନି ସମର୍ପଣେ ଜାଣି 

    ସଭିଁଙ୍କୁ କରିଛି ଋଣୀ  ! ! 


ଯୌଥ ପରିବାର ସ୍ଵର୍ଣ୍ଣୀମ ବିଭବ 

   ମୁଦୁଲି ଗୌରବ ଗାଥା , 

ପ୍ରିୟ ଦାଦାଖୁଡୀ ନୀଡ ଜଗିଛନ୍ତି 

   ନଇଁଯାଏ ଆପେ ମଥା ! ! 


ଦେବେନ୍ଦ୍ର ଆମର ପ୍ରିୟ ସାନ ବାପା 

   କାମିନୀତ ସ୍ନେଁହୀଁ ମାଆ , 

ସ୍ନେଁହ ପ୍ରିତୀ ଶ୍ରଦ୍ଧା କରନ୍ତି ସର୍ଵଦା 

   ଆହାକି ଏ'ମୋହ ମୟା ! ! 


ଜଗତର ନାଥ  ଆହେ ବସିକାନ୍ତ 

   କୋଟି ପ୍ରଣିପାତ ସ୍ଵାଇଁ, 

ତୁମରି ସ୍ଵୀକୃତ ଏ' ମୁଦୁଲି ଆବାସ 

   ରଖିହେ  ଘଣ୍ଟ ଘୋଡ଼େଇ ! ! 

- - - - - - - - - - -

ମୋର ଜଣେ ପ୍ରିୟ ପାଠକଙ୍କର ମହଲର ଛବି କୁ ଲେଖନୀରେ ଅଙ୍କନ କରିଛି , ତାଂକର ଅନୁରୋଧ କ୍ରମେ !


Rate this content
Log in