Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pratap nayak

Others

2  

pratap nayak

Others

ଏଇ ହେଉଛି ସେ ସପନ

ଏଇ ହେଉଛି ସେ ସପନ

1 min
83


ଏଇ ହେଉଛି ସେ ସପନ

ତୁମେ ହସିଦେଲେ

ମୁଁ ହେଇଯାଏ ଉଚ୍ଛନ୍ନ

ଆଉ ମୁଁ ହସିଦେଲେ

ତୁମେ କର ଆତ୍ମଗୋପନ

ଏଇ ହେଉଛି ସେ ସପନ ।

ଏଇ ହେଉଛି ସେ ସପନ

ଧାରୁଆ ପାଣିରେ

ହାତ କଟିଯାଏ

ତେନ୍ତୁଲି ହୁଡାରୁ

ବଳ ହଟିଯାଏ

ତୁଳାର ମାଡରେ

ମୁଣ୍ଡ ହୁଏ ଲହୁ ଲୁହାଣ

ଏଇ ହେଉଛି ସେ ସପନ ।

ଏଇ ହେଉଛି ସେ ସପନ

ମାଲିଆଣୀ ବୁଢୀ

ଚମ୍ପା ଗୁନ୍ଥୁ ଥାଏ

ଫୁଲରି ହାତରୁ

ବାସ ଛୁଟୁଥାଏ

ଠାକୁର ସେ ମାଳ

ପିନ୍ଧି ନପାରିଲେ

ଭୋଗିବ ସେ ମହା ଦୁଃଷଣ

ଏଇ ହେଉଛି ସେ ସପନ ।


Rate this content
Log in