Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

3  

Sadananda Sahoo

Others

ଅପେକ୍ଷାରେ ଏକା ଏକା

ଅପେକ୍ଷାରେ ଏକା ଏକା

1 min
318



ହୃଦୟର ରାଜା ଦିଅନାହିଁ ସଜା

ମୁଁ ' ତୁମ ପ୍ରେମର ଜ୍ୟୋତି ,

କରିଚି ପ୍ରତୀକ୍ଷା ସାଜିନି ବିପକ୍ଷା

ସାଇତି ରଖିଚି ସ୍ମୃତି !1!


ହୃଦୟ ମନ୍ଦିରେ ପ୍ରେମ ଘଣ୍ଟି ବାଜେ

ତୁମ ନାମ ଗାଇ ଗାଇ ,

ମନ ଆକାଶରେ ତୁମ ଛବି ଭାସେ

କେମିତି ଭୁଲିବି ମୁଇଁ !2!


ବିରହ ବେଦନା ଦଉଚି ଯାତନା

ଆଖିରୁ ଝରୁଚି ଲୁହ ,

ତୁମେ ଧନମନ କାହିଁକ ବୁଝୁନ

ହୃଦୟେ ବଢୁଚି କୋହ !3!


ରାତି ପରେ ଦିନ ଗଣୁଚି ମୁଁ'ଧନ

ଅପେକ୍ଷାରେ ଏକା ଏକା ,

ରଖିଚି ମୁଁ' ଆଶା ଫେରିବ ସହସା

ନାଇବି ସିନ୍ଦୁର ଶଙ୍ଖା !4!


ପ୍ରଥମ ପ୍ରେମର ଅଲିଭା ଏ'ଦୀପ

ତୁମ ହସ୍ତେ ସମର୍ପଣ ,

କାହିଁକି କେଜାଣି ଗଲ ହେ'ଦୂରେଇ

ଅସୁଜା ଅଛି ମୋ' ଋଣ !5!


ପ୍ରେମପୂଜାରିଣୀ ଝୁରୁଚି ମୁଁ' ନିତି

ସ୍ମୃ୍ତିକୁ ସାଉଁଟି ଧରି ,

ନୂଆ ରଙ୍ଗ ଦେଖି ପଥ ହୁଡ଼ିଲକି ?

ବିଶ୍ଵାସରେ ବିଷ ଭରି !6!


ପ୍ରତୀକ୍ଷାର ଅନ୍ତ ଘଟିବ ନିଶ୍ଚୟ

ରଖିଚି ମୁଁ' ଦୃଢ଼ ଆଶା ,

ଆଶା ବିଶ୍ଵାସରେ ଅଛି ଭରସାରେ

ମହକିବ ପ୍ରେମ ବସା !7!


ପ୍ରେମର ପ୍ରେମୀକ ସ୍ମୃତି ରୂପାଜହ୍ନ

ହୃଦୟ ସଙ୍ଗାତ ମୋର ,

ଆସ ପ୍ରିୟ ଫେରି ଦୂରେଯିବା ଉଡି

ଅଜାଡିବି ପ୍ରୀତି ନୀର !8!


ସଦା ନନ୍ଦ ସାହୁ ,

ଧୁରୁଷିଆ , ଆଠଗଡ଼ , କଟକ ,


Rate this content
Log in