Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

3  

Sadananda Sahoo

Others

ପ୍ରେମ ଛବି

ପ୍ରେମ ଛବି

1 min
7.1K



ପ୍ରେମଛବି ଆଙ୍କେ ନିତି ସପନରେ

କଵିଭାବ ଜାଗରଣେ ;

ଦୃଶ୍ୟ ଦେଖି ଯାଏ ହଜି ଜାଣତରେ

ପ୍ରେମ ଧର୍ମ ଅନୁକୋଣେ !!!


ପ୍ରେମଛବି କହେ କଥା ନିରୋଳାରେ

ଭାବନାର ଅନ୍ତଃରାଳେ ;

କଵି ଏକା ବୁଝି ଥାଏ ହୃଦୟରେ

ଭିନ୍ନ ଏକ କୋଳହଳେ !!!


ପ୍ରେମ ପଥ କଣ୍ଟକିତ ଧ୍ରୁବସତ୍ୟ

କଵି ଖୋଜେ ସତ୍ୟାସତ୍ୟ ;

ପରଖି ନିରିଖି ଖୋଜେ ହିଁ ରହସ୍ୟ

ସାଜି ସତେ ଆନୁଗତ୍ୟ !!!!


ପ୍ରେମ ହସଫୁଲ ମୂଲତା ଅମୂଲ

କିଛି ସତ କିଛି ମିଛ ,

ନିଆରା ଏଭାବ ରହେନା ନୀରବ

ମଣ ନାହିଁ ପ୍ରେମୀ ତୁଚ୍ଛ !!!


ପ୍ରେମ ଫୁଲ ତୋଳିବାକୁ ମନଚାହେଁ

ଦିବସରେ ରଜନୀରେ ;

ଭାଗ୍ୟଦେବୀ ସାହାହେଲେ ହେଲା

ପ୍ରଶ୍ନବାଚୀ ଉଙ୍କିମାରେ !!!


ପ୍ରେମର ମନ୍ଦିର ଅତୀବ ସୁନ୍ଦର

ଏଭବ ସଂସାରେ ଜାଣ ;

ପ୍ରୀତି ମଧୁ ଖେଳ ନୁହେଁ ଜମା ଗେଲ

ପ୍ରେମର ରହସ୍ୟ ଭୃଣ !!!!


ପ୍ରେମ କରିବାରେ ଯଦି ତୁମ ମନ

ସଂମାନରେ ରଖ ଭାବ ;

ପ୍ରେମର ସର୍ବସ୍ୱ ହେବ ସବୁ ପ୍ରାପ୍ତ

ଏଇତ ପ୍ରେମ ବିଭବ ! !


କବିମନ ପ୍ରାଣ ଚିର ଯୌବନରେ

ପ୍ରୀତିର ପରଶ ଖୋଜେ ;

ଲେଖନୀରେ ରାଜା କଵି ସାଧାସିଧା

ପ୍ରେମର ମହକେ ମଜେ !!!


Rate this content
Log in