ଧୋକା
ଧୋକା
ଯେଉଁ ଦିନ ପାଇଥିଲି
ସନ୍ଧାନ ମୁଁ ଆଲୋକର
ଯେଉଁ ଦିନ ଭେଟିଥିଲି
ପ୍ରିୟତମା ଶରୀରର
ସେହି ଦିନୁ ହୋଇଗଲା
ଛିନ୍ନ ଭିନ୍ନ ଶରୀରର ।
ପାରିଲିନି କଷ୍ଟ ସହି
ଅଣ୍ଡାଳିଲି ରହି ରହି
ଦେଖିବାକୁ ସିମା ମୋର
ବଞ୍ଚିବାର ମୋହ ନେଇ
କ୍ଷୁଧା ଯେତେ ଲଭିବାରେ
ତୃଷାର୍ତ୍ତ ଆତ୍ମାକୁ ନେଇ ।
କେତେ ଆଶା ସ୍ଵପ୍ନ ଥିଲା
ଝରିଗଲା ଧୀରେ ଧୀରେ
ପାଇବାକୁ ସେ ଉଷ୍ଣତା
ତାର ସେହି ଗଭୀରତା
ପାଇଲି ନାହିଁ ମୁଁ ଆଉ
କାନ୍ଦୁଥିଲା ଅନ୍ତରାତ୍ମା ।
ତୁମେ ବି ତ ଥିଲ ନାରୀ
ତୁମେ କେତେ ବାଧ୍ୟ କରି
ଖୁନ୍ଦି କରି ଦେଉଥିଲ
କେତେ କେତେ ଖାଦ୍ୟ କରି
ଏବେ କିନ୍ତୁ ଆଉ ନାହିଁ
ସବୁ ଯେଣୁ ପରଛାଇ।
ମହମର ଆଲୁଅରେ
କାଚ ଚକ୍ ଚକ୍ କରେ
ସତେକି ସେ ହୀରା ଗୋଟେ
ହଜି ଯାଏ ମୁହୂର୍ତ୍ତରେ
ନିରାଶାର ବାଣୀ ଦେଇ
ସବୁ ଆଶା ନିଏ ବାହି।
ପତ୍ନୀ କି ହୋଇବ ମାତା
ମୁହୂର୍ତ୍ତ ମୋ ଯାଏ ଶୁଖି
କେବେ କେବେ ଆସେ ପୁଣି
ବିଶ୍ଵାସର ବୈତରଣୀ
ପାରିହେବ ଦୁଃଖ ଭାର
ପାଇବାକୁ ସ୍ନେହ ତୋର ।
ତୋର ପ୍ରତିରୂପ ବୋଲି
ଭାବିଥିଲି ତାକୁ ଦିନେ
ବିବଶ ଶରୀର ଆଜି
ଭାବୁଛି ମୁଁ ମନେମନେ
ପତ୍ନୀ ତାର ଦେହ ଦିଏ
ବଦଳରେ ସବୁ ନିଏ ।
ପତ୍ନୀ ଯେବେ ଦୁରାଚାରେ
ସୁଖ ନାହିଁ ପରିବାରେ
ମନ ଖୋଜେ ମାଆ ଠାରେ
ଶୋଇବାକୁ ପଣତରେ
ସୁରକ୍ଷିତ ରହିବାକୁ
ପତଙ୍ଗରେ ଉଡ଼ିବାକୁ।
ଲାଞ୍ଛନାରେ ରହିବାକୁ
ନାହିଁ ଆଉ ଶକ୍ତି ମୋର
କେତେ ଦୁଃଖ ଜୀବନର
ପତ୍ନୀ ଠାରୁ ନିନ୍ଦା ଯାର
ସହି ହୁଏ ନାହିଁ ଆଉ
ନାରୀ ଦୁଃଖ ଦର୍ପ ଦାଉ।
ପ୍ରଶାନ୍ତ କୁମାର ହୋତା