ଚୁକ୍ତି କରିବା ଅନ୍ଧାର ସାଥେ
ଚୁକ୍ତି କରିବା ଅନ୍ଧାର ସାଥେ
ଚୁକ୍ତି କରିବା ଅନ୍ଧାର ସାଥେ
ମମତା ମଞ୍ଜରୀ ଦାସ
ପାହିଯିବ ରାତି ଆସଗୋ ସଜନୀ
ଚୁକ୍ତି କରିବା ଅନ୍ଧାର ସାଥେ
ବୁଡି ଯାଉଥିବ ପାହାନ୍ତି ଜହ୍ନଟା
ଦୂର ଦିଗବଳୟ କାନ୍ଥେ ।
ଖୋଲିଦେବ ତୁମ କୃଷ୍ଣ କବରୀରୁ
ରଜନୀ ଗନ୍ଧାର ହାର
ମୋ ବାହୁ ପଲଙ୍କେ ଲୋଟିଯିବ ସଖୀ
ଆଲୁଅକୁ କରି ଦୂର ।
ରଜନୀ ଗନ୍ଧାର ଉତ୍ତାଳ ପବନେ
ତୁମ ନିଶ୍ୱାସ ମହକୁ ଥିବ
ତୁମ ଆଖିର ସେ ନିଦୁଆ ଚାହାଣୀ
ମୋ ଦେହକୁ ଖୋଜୁଥିବ ।
ତୁମ ଲାଜର ଗହଣା ଫିଙ୍ଗିଦେବ ସଖୀ
ମୋତେ ନିବିଡ ଆଶ୍ଳେଷେ ଧରି
ଏକରାତି ସ୍ମୃୃତି ଜନ୍ମ ଜନ୍ମ ପାଇଁ
ଆମେ ରଖିବା ଏକାଠି କରି ।
ତୁମ ଅଧର ର ମଧୁର ଉଷ୍ମତା
ମୋ' ଅଧରକୁ ଯାଉଥିବ ଛୁଇଁ ଛୁଇଁ
ଝରକା ଫାଙ୍କରୁ ପୂନେଇ ଚାନ୍ଦଟା
ଦେଖୁଥିବ ସେ କଣେଇ ।
ଅନ୍ଧାର ର ସ୍ମୃତି ସରଳ ସପନ
ଆମ ମଉଳି ଯିବନି କେବେ
ସେଇ କମ୍ପନର ଅଜଣା ଉଷ୍ମତା
ମୋ' ହୃଦୟରେ ଥିବ
ତୁମେ ଆସିବ ସଖୀ ଗୋ ଯେବେ ।
ମନତ ଦେଇଛି ହୃଦୟ ଦେଇଛି
ବାକି ଖାଲି ଅଭିସାର
ଚୁକ୍ତି କରିବା ଅନ୍ଧାର ସାଥିରେ
ଯୁଗ ଯୁଗ ପାଇଁ ପ୍ରଣୟେ ହୋଇ ବିଭୋର ।