ନୀଳ ଆକାଶର ନୀଳ ମେଘମାଳା
ନୀଳ ଆକାଶର ନୀଳ ମେଘମାଳା
ନୀଳ ଆକାଶରେ ନୀଳ ମେଘମାଳା
ଭାସୁଥାଏ ଯେବେ
ନିଃସଙ୍ଗ ନିରୋଳା
ଅନ୍ତର ମୋ ନାଚି ଉଠେ କହିବାକୁ
ହେ ଘନ କୁଞ୍ଚିତ ଶୁଭ୍ର ଶ୍ଵେତ ମେଘ
ଶୁଣିବ କି ମୋର ବ୍ୟଥା ମୋ ହୃଦ ନିଦାଘ ।
କହିଦେବ ଯାଇ ଟିକେ ସରଗ ଦୁଆରେ
ମୋ ପ୍ରିୟତମ ପାଶେ
ପାଇ ଅବକାଶେ
ଦୁଃଖିତ ମୁଁ ଅନୁତପ୍ତ ମୁଁ ତୁମ ପାଇଁ
ସୁଖ କେବେ ଦେଇ ନାହିଁ
ଅବା ଦୁଃଖ ତୁମ ବୁଝି ନାହିଁ ।
ଚାହୁଁ ଚାହୁଁ ଚାଲିଗଲା ଜୀବନଟା
ବୟସର ସ୍ରୋତର ଧାରେ
କାଳର ନିଷ୍ଠୁର ସତ୍ୟରେ
ମୋତେ ଖାଲି ଛାଡ଼ି ଗଲା ତୁମ ବିନା
ବୁଝିବାକୁ ତୁମ ଉପସ୍ଥିତି
ପାରୁନି ମୁଁ ଆଉ ପାଉଛି ଯନ୍ତ୍ରଣା ।
ହେ ନୀଳ ଆକାଶର ନୀଳ ମେଘମାଳା
ଆସ ଥରେ ତମେ ଓହ୍ଲାଇ
ପ୍ରିୟତମ ମୋର ରହିଛି ଅନାଇ
ମୋ ଦୁଃଖ ଶୁଣିଲେ ବ୍ୟଥିତ ସେ ହେବେ
କହିଦେବେ ଆସିବାକୁ ରାସ୍ତା
ଅଣନିଶ୍ଵାସୀ ମୁଁ ଏଠି ଅପରିପକ୍ଵା ।