Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Purna chandra Rana

Others

3  

Purna chandra Rana

Others

ଫେରିଆସ ପରଦେଶୀ

ଫେରିଆସ ପରଦେଶୀ

1 min
6.5K



ପୂର୍ଣ୍ଣଚନ୍ଦ୍ର ରଣା


ପରଦେଶୀ ତମେ ଫେରିଆସ ସେହି

କାଳ୍ପନିକ ଯୁକ୍ତ ଦୂର ଦେଶରୁ,

ତମ ବିନା ସବୁ ଲାଗୁଛି ଅଲଗା

ଭାବନା ଆସୁଛି ବୁକୁ ଭିତରୁ ll୧


ଏ ଘର ଏରୁଣ୍ଡି ଝୁରୁଛି ତମକୁ

ଝୁରୁଛନ୍ତି ପୁଣି ତୋ ବାପା ମାଆ,

ଘର ଚାରିକାନ୍ଥ ବାହୁନି କହୁଛି

ଫେରିଆସ ପରଦେଶୀ ତୋ ଗାଆଁ ll୨


ଝୁରୁଛି ତମ ଗାଁ ଅଙ୍କା ବଙ୍କା ରାସ୍ତା

ମନେ ପକାଉଛି ତମ ଗାଁ ନଇ,

ବରଷା ଦିନର କାଗଜ ଡଙ୍ଗାଟି

ଅପେକ୍ଷା କରିଛି ତମକୁ ଚାହିଁ ll୩


କୁନି କୁନି ଓଠେ ତମ କୋଳ ପିଲା

ଗାଇ ଯାଉଅଛି ସେ ମନେ ମନେ,

ବାପା ବାପା କହି ହାତକୁ ବାଡେଇ

ଶୋଇ ଯାଉଅଛି ମାଆର ସ୍ତନେ ll୪


ମୋ ମନ କାହିଁକି ଝାଉଁଳି ପଡୁଛି

ଜାଣି ପାରୁନାହିଁ ନିଜକୁ ନିଜେ,

ପଡି ଉଠି ମୁହିଁ ଜୀବନ ଜିଉଛି

ମୋ ମନ ଭିତରେ ତମକୁ ଖୋଜେ ll୫


ପର କରିବନି ପରଦେଶୀ ତମେ

ଭୁଲିବନି ତମେଜନମ ମାଟି,

ଅପେକ୍ଷାରେ ତମ ପତ୍ନୀ ପିଲା ଛୁଆ

ଅପେକ୍ଷାରେ ପୁଣି ତମ ମାଆ ଟି ll୬


ଡେରି କରନାହିଁ ପରଦେଶୀ ତମେ

ଫେରିଆସ ତମ ନିଜ ଗାଆଁକୁ,

ହସିବ ତମ ଗାଁ ହସିବ ଦୁନିଆଁ

କରିବେ ନିଜର ସବୁ ତମକୁ ll୭


ହାଟସିଂହାପୁର,ଯାଜପୁର

ମୋ. ୮୮୭୨୯୦୭୦୮୬


Rate this content
Log in