Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

2  

Sadananda Sahoo

Others

ମଆର ପାର୍ବଣ

ମଆର ପାର୍ବଣ

1 min
6.9K


ମାଆର ପାର୍ବଣ

! ! ! ! ! ! ! ! ! ! ! ! ! ! ! ! ! ! ! ! ! ! ! ! !

ପାର୍ବଣ ସମ୍ଭାର ସମୃଦ୍ଧି ପରବ

ଶାରଦୀୟ ମହୋତ୍ସବ ,

ଦୁର୍ଗତି ନାଶିନୀ ଆସିବେତ ହସି

ନିଅାରା ସମ୍ପର୍କ ଭାବ ! !


ସ୍ଵାଗତ କରୁଛି ଏସୁନା ଧରିତ୍ରୀ

ଭକ୍ତିପୂତ ନିବେଦନେ ,

ଆସ ମାତା ତୁମେ ଶରଧା ମନରେ

ପ୍ରତୀକ୍ଷାରେ ଭକ୍ତ ଜନେ ! !


ପୂଜାମଣ୍ଡପରେ ଭକତି ଅର୍ଘ୍ୟରେ

ଦେବ ଶୁଭ ଆଶୀର୍ବାଦ ,

ହସିବ ଭକତ ଦୁଃଖି ଜନ ସତ

ସୁଖ ହେବ ଫଳପ୍ରଦ ! !


ହେସିଂହ ବାହିନୀ ଶକ୍ତି ପ୍ରଦାୟିନୀ

ଅପସରି ଯାଉ ଦୁଃଖ ,

ଅନ୍ୟାୟ ଅନୀତି ଦିଅ ନାଶ କରି

ହସିବ ଧରଣୀ ବକ୍ଷ ! !


ତବ ଆଶିର୍ବାଦ ହେଉ ମାଆ ପ୍ରତୀତ

ସୁନା ଧାନ କ୍ଷେତ ହସୁ ,

କୃଷକ ଭାଇଟା ହସିବ ସହସା

ଧନ ଧ୍ଯାନେ ସେଯେ ଭାସୁ ! !


ହେ ମାଆ ଦୁର୍ଗା ପାର୍ବଣେ ସଦିଚ୍ଛା

ସର୍ବ ପାପ ହେଉ ନାଶ ,

ଶୁଭ ଦିବସରେ ପ୍ରୀତି ପୁଷ୍ପ ଢାଳେ

ମନରେ ନ ରଖ ରୋଷ ! !


ଜଗତ ଉଦ୍ଧାର କର ମହାମାୟୀ

ଏଇ ମୋର ଶେଷ ଅଳି ,

ପୂଜା ଥାଳି ଧରି ରହିଚିମୁଁ ଚାହିଁ

ପ୍ରେମ ରଙ୍ଗ ଦିଅ ଢାଳି ! !

? ? ? ? ? ? ? ? ? ? ? ? ? ? ? ? ?

ସଦାନନ୍ଦ ସାହୁ , ଧୁରୁଷିଆ , ଆଠଗଡ , କଟକ


Rate this content
Log in