Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Others

3  

Mamatamanjari Das

Others

ଆଜିର ସୀତା

ଆଜିର ସୀତା

1 min
6.7K


ଆଜିର ସୀତା

 

ମମତା ମଞ୍ଜରୀ ଦାସ

 

ମୁଁ ସୀତା ନୁହେଁ,

ଗେରୁଆ ବସ୍ତ୍ରରେ ଆଭୂଷିତ ହୋଇ

ଖାଲିପାଦେ ସ୍ୱାମୀ ସହ

ଯିବି ବନବାସରେ ।

 

ମୁଁ ଦ୍ରୌପଦୀ ବି ନୁହେଁ,

ଶାଶୁଙ୍କ ଆଦେଶେ ନିର୍ଦ୍ୱନ୍ଦ୍ୱରେ

ପଞ୍ଚପତି  ବରଣ କରିବି ।

ମୁଁ ସତୀ ଅନସୂୟା ବି ନୁହେଁ,

ଯିଏ ପତି ସହ ରାତିଟିଏ ପାଇଁ

ବେଶ୍ୟା ଦ୍ୱାରେ କାକୁତି କରିବ ।

 

ମୁଁ ଅହଲ୍ୟା ବି ନୁହେଁ,

ବିନା ଦୋଷେ

ପତି ଅଭିଶାପେ ପାଷାଣ ହୋଇବି ।

 

ମୁଁ ଆଜିର ସୀତା

ନିଜ ସ୍ଵାର୍ଥ ପାଇଁ ନିଜେ ଲଢେଇ କରିବି ।

ଭୂଇଁରୁ ମୁଁ ନୁହେଁ ଆବିର୍ଭୂତା,

ଜନ୍ମ ମୋର ତୁମ ପରି ମାତାର ଗରଭୁ

କାହିଁକି ମୁଁ ଜଳିବି ତୁମ ଲେଲିହାନ

ସନ୍ଦେହ ଶିଖାରେ ?

ଏଇଠି ସୃଷ୍ଟି ମୋର

ମୁଁ ବି ଚାହେଁ ମୋର ନ୍ୟାଯ୍ୟ ଅଧିକାର

କାହିଁକି ବାରମ୍ବାର ହେବ ଅଗ୍ନିପରୀକ୍ଷା

 

ମୋ ସତୀତ୍ୱର ???

ମୋ ସୁଖ-ଦୁଃଖ ଯଦି ମୁଁ ଏକାକୀ ସହିବି

ତେବେ କିଆଁ ତୁମ ପଦାଙ୍କ

ଅନୁସରଣ କରିବି ?

ମୁଁ ଆଜିର ସୀତା

ନିଜ ପାଇଁ ନିଜେ ଲଢେଇ କରିବି

ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ହୁଏତ

ତୁମକୁ ମନେପକାଇବି

କିନ୍ତୁ କେବେହେଲେ ତୁମ ପାଇଁ

ଅଶ୍ରୁ ନ ଗଡାଇବି 

ହଁ, ମୁଁ ଆଜିର ସୀତା,

ତେଣୁ ମୋ ସତୀତ୍ୱର ପରୀକ୍ଷା ପାଇଁ

କେବେହେଲେ ଧରିତ୍ରୀର ଫାଟେ ନ ପଶିବି ।

 

ନୂଆପଡା, ପ୍ରେସ କଲୋନୀ, କଟକ

 

*****


Rate this content
Log in