Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Others

5.0  

ବି. ନିରୁପମା

Others

ଏକା ସେ ଧରମ ସାକ୍ଷୀ

ଏକା ସେ ଧରମ ସାକ୍ଷୀ

1 min
182



କେଉଁ ଜନମର କେତେ ଦୋଷ ମୋର

ଏ ଜନମେ ଅଛି ବାକି ,

ସେହି କର୍ମଫଳ ଭୋଗ କରୁଛି ମୁଁ

ଏକା ସେ ଧରମ ସାକ୍ଷୀ ।(ଘୋଷା),


ଏ ଜନମେ ହେତୁ ପାଇବା ଦିନରୁ

କରିନି ତ କିଛି ପାପ ,

ତଥାପି କାହିଁକି କେଉଁ ଦୋଷ ଲାଗି

ଦେଲା-ବିହି ମୋତେ ଶାପ ।

ଲଲାଟରେ ମୋର ଲେଖିଦେଲା କିଆଁ

ଦୁଃଖିନୀ ତୁ ନିରିମାଖୀ (୧)


କେଉଁ ଜନମର କେତେ ଦୋଷ ମୋର

ଏ ଜନମେ ଅଛିବାକି....


ନ୍ୟାୟର ନିକିତି ଧରିଅଛି ଯଦି

ବିଧାତା ହାତରେ ତା'ର ,

କେମିତି ସେଥିରେ ପୁଣ୍ୟ ମୋର ନାହିଁ

ଅଛି ଖାଲି ପାପ ଭାର ।

ଏ ଯୁଗର ଆଉ ଏକ ଅହଲ୍ୟା ମୁଁ

ଚାହିଁଛି ତୁମକୁ ଡାକି ।(୨)


କେଉଁ ଜନମର କେତେ ଦୋଷ ମୋର

ଏ ଜନମେ ଅଛି ବାକି ।


ଆଉ କେତେ କାଳ ଜଳିବି ଏମିତି

ଯାତନା ଜୁଇରେ ନିତି ,

ତୁମରି କରୁଣା କଣିକାଏ ପାଇଁ

ଗଲାଣି ତ ଯୁଗ ବିତି ।

ଶାପିତ ଜୀଵନୁ ମୁକତି କେ ଦେବ

ତୁମେ ତ ଦେଉଛ ଠକି ।(୩)


କେଉଁ ଜନମର କେତେ ଦୋଷ ମୋର

ଏଜନମେ ଅଛି ବାକି ,


ସେହି କର୍ମଫଳ ଭୋଗ କରୁଛି ମୁଁ

ଏକା ସେ ଧରମ ସାକ୍ଷୀ ।।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in