Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

4.4  

Sadananda Sahoo

Others

ଧର୍ମର ପ୍ରତୀକ

ଧର୍ମର ପ୍ରତୀକ

1 min
434



ଏ'ଵିଶ୍ଵ ବ୍ରହ୍ମାଣ୍ଡ ଧରମର ଦାଣ୍ଡ 

   ସର୍ବେ ଆମେ ଏକାକାର , 

ଧର୍ମ ଭିନ୍ନଭିନ୍ନ ଲକ୍ଷ୍ୟ କିନ୍ତୁ ଏକ 

  ଶାନ୍ତି ମୈତ୍ରୀ ପୋଷଣର ! ! 


ବୌଦ୍ଧ ଜୈନ ହିନ୍ଦୁ ଧର୍ମପ୍ରାଣ ବିନ୍ଦୁ 

   ଭାବନା ସମୃଦ୍ଧି ଛବି , 

ଇସଲାମ ଇହୁଦୀ ଅବା ଶିଖ କୃତି 

   ଆତ୍ମା ପ୍ରାଣ ଅନୁଭବୀ ! ! 


ଧର୍ମର ପ୍ରତୀକ ପ୍ରକାରେ ପ୍ରଭେଦ 

  ଭକ୍ତି ପ୍ରିତୀ ଶାନ୍ତି କାମ୍ୟ , 

ମହାନୁଭବତା ଧର୍ମର ସଦିଚ୍ଛା 

   ଭକ୍ତି ଉପାସନା ରମ୍ୟ ! ! 


ଆକାଶ ବିଭାଷ ମାଟିର ଏ'ମର୍ତ୍ତ୍ୟ 

   ସବୁଠାରେ ଧର୍ମ ସତ୍ତା , 

ପ୍ରତିମା ପୂଜାର ମହା ଉପାସକ 

   ହିନ୍ଦୁ ଶାସ୍ତ୍ରେ ଅଭିକର୍ତ୍ତା ! ! 


ଦୟା କ୍ଷମା ଭାଵ ଧର୍ମର ସ୍ଵଭାବ 

   କୃରତାର ନାହିଁ ପ୍ରଶ୍ନ , 

ଶ୍ରଦ୍ଧା ସ୍ନେଁହ ଭାଵ ଭକ୍ତିର ଆଦର୍ଶ 

   ଧର୍ମ ଦୂରକରେ କ୍ଳେଶ ! ! 


ପ୍ରତୀକ ସ୍ଵଭାବି  ଧରମର ଛବି 

   ଗ୍ରନ୍ଥ ସନ୍ଥ  ଅନୁରାଗୀ , 

ଇତିହାସ କହେ ପୁରାତନ ଇଏ 

   ଭାବନାର  ଅନୁସଙ୍ଗୀ ! ! 


ଭାରତର ଛବି  ବ୍ରହ୍ମାଣ୍ଡ ବିଭବି 

  ଧର୍ମପ୍ରାସେ  ଅନୁରାଗେ , 

 ଧର୍ମ ସମନ୍ଵୟେ ଖ୍ଯାତିରେ ଉକର୍ଷେ 

   ଅଛି ବିଶ୍ଵେ ମହାଭାଗେ ! ! 


ଏ'ଓମ ଝଙ୍କାର  ଶବଦ ମଧୁର 

    ହିନ୍ଦୁମୁଖେ ମୁଖରିତ , 

ବ୍ରହ୍ମ ଜ୍ଞାନ ପେଡ଼ି ସଙ୍କେତରେ ଅଛି 

    ସର୍ବଧର୍ମେ  ଅଭିପ୍ରେତ ! ! 


Rate this content
Log in