Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Others

5.0  

ବି. ନିରୁପମା

Others

ଲାଜରେ ହେଲିଣି ନାଲି

ଲାଜରେ ହେଲିଣି ନାଲି

1 min
157



ଯମୁନା ଜଳରେ ତୁମ ପ୍ରତିଛବି
ଦିଶୁଅଛି ମୋତେ ଖାଲି ,
କେମିତି ଏଇଠି ଦେହ ପଖାଳିବି
ଲାଜରେ ହେଲିଣି ନାଲି ।

କାହିଁକି ଏମିତି ମୋ ସାଥେ ଖେଳୁଛ
କିବା କରିଅଛି ଦୋଷ ,
ସଖୀମାନେ ଯଦି ଏ କଥା ଜାଣିବେ
ବ୍ରଜେ କରିଦେବେ ଘୋଷ ।

ମୁଣ୍ଡରେ ତୁମକୁ ମୁଣ୍ଡେଇଛୁ ବୋଲି
ଏଡ଼ିକି ବହପ କାଢ଼ ,
ଭୁତ ହୋଇ ଲାଗି,ଲୋକ ଆଗେ ପୁଣି
ଗୁଣିଆ ସାଜିକି ଝାଡ଼ ।

ମୋତେ ଯେଉଁଭଳି କିମିଆଁ କଲଣି
ଉଦ୍ଧୁରିବା ବଡ଼ କଷ୍ଟ ,
ତୁମ ନଜରରୁ ବଞ୍ଚେଇବ କିଏ
ଅଛି ଆଉ କେଉଁ ଇଷ୍ଟ !

ଚାରିଆଡ଼ ଖାଲି ଦିଶେ କୃଷ୍ଣମୟ
ଏଥକୁ ମୋ ଭାରି ଡର ,
ତୁମ ସାଥେ ଭାବ ଅଛି ବୋଲି ଜାଣି
ଉଜୁଡ଼ିବ କାଳେ ଘର !

ଆଖିରୁ ତୁମକୁ ହଟେଇବା ଲାଗି
ଚାହୁଁନାହିଁ କିନ୍ତୁ ମନ ,
ଏଇ ସମସ୍ୟାର ପ୍ରତିକାର କର
କିଛି ଆହେ ଶ୍ୟାମଘନ ।।

ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in