ଏକାନ୍ତ
ଏକାନ୍ତ
1 min
7.3K
ବିଜନ ଏ ବେଳାଭୂମି
ଶୁଭେ ନାହିଁ କୋଳାହଳ
ଉଠେନି ତରଙ୍ଗ ଆଜି
ଶାନ୍ତ ଏ ସାଗର ଜଳ॥୦॥
ଅସୀମ ସେ ଜଳ ରାଶି
ଏକାନ୍ତେ ମୁଁ ଦେଖେ ବସି
ଭାବନାରେ ଯାଏ ଭାସି
ପାଏନି ତା ଥଳ କୂଳ
ବିଜନ ଏ ବେଳାଭୂମି
ଶୁଭେ ନାହିଁ କୋଳାହଳ॥୧॥
ହେ ପ୍ରଭୁ ବିଶ୍ୱ ନିୟନ୍ତା
ଅଖିଳ ବ୍ରହ୍ମାଣ୍ଡ କର୍ତ୍ତା
ନାହିଁ ମୋ ସେ ଦିବ୍ୟଦୃଷ୍ଟି
କଳିବାକୁ ତୁମ ଖେଳ
ବିଜନ ଏ ବେଳାଭୂମି
ଶୁଭେ ନାହିଁ କୋଳାହଳ॥୨॥
ଜୀବନର ପଥେ ପଥେ
ସୁଖ ଦୁଃଖ ସବୁ ଯେତେ
ହଜାଇ ବସିଛି ଆଜି
ଥିଲା ତୁମ ମାୟା ଜାଲ
ବିଜନ ଏ ବେଳାଭୂମି
ଶୁଭେ ନାହିଁ କୋଳାହଳ॥୩॥
*****