Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

3.1  

Sadananda Sahoo

Others

ସ୍ମୃତିର ପରବ ବିବାହ ବାର୍ଷିକ

ସ୍ମୃତିର ପରବ ବିବାହ ବାର୍ଷିକ

1 min
1.4K



ବିବାହ ବାର୍ଷିକ ସ୍ମୃ୍ତିର ପ୍ରତୀକ 

  ପ୍ରେମର ସୌହାର୍ଦ୍ଦ୍ୟ ପର୍ବ ,

ଦାମ୍ପତ୍ୟ ସମୃଦ୍ଧି ଅରଜଇ ଖ୍ଯାତି 

  ନିଆରା 'ଏ' ଅନୁଭବ ! ! 


 ଆହେ ପ୍ରିୟତମ ସୁଜିତ ପରାଣ 

    ଅଛ ନାଥ ବହୁ ଦୂରେ , 

ମୁଁ'ତୁମ ରୋଶନୀ ରେଶ୍ମା ଅର୍ଦ୍ଧାଙ୍ଗିନୀ 

   ଆଜି କାହିଁ ବେଶି ଝୁରେ !?! 


ଦେଶ ମାତୃକାର ତୁମେ ସୁନାପୁଅ 

   ସାମରିକ  ଯନ୍ତ୍ର ଯନ୍ତ୍ରୀ , 

ଶୁଭ ଅବକାଶେ ଆସିଲନି ସତେ 

   ଉଚ୍ଛୁଳି ପଡୁଛି ସ୍ମୃ୍ତି ! ! 


ଚତୁର୍ଥ ବରଷ  ବିବାହ  ପରବ 

   ପାଳୁଛି ମୁଁ' ଧନ ଏକା , 

ଦିବାନିଶି ସତେ  ତୁମ ଛବିଭାସେ 

  ଛୁଟି ଆଉଥରେ ଲେଖା ! !


ତବ ଆଶିର୍ବାଦେ ଅଛି ମୁଁ ' କୁଶଳେ 

    ସ୍ନେହଁ ଶିଳା କୁଳ ବଧୂ , 

ଏ'ସାହୁ ପରିବାର ପୁକୁସୁଙ୍ଗା ଗର୍ବ 

    ଦେଶ ମାତୃକାର ବନ୍ଧୁ ! ! 


ମୋ'ଶାଶୁ ଶ୍ଵଶୁର ଦୟାର ସାଗର 

   ଅଜାଡନ୍ତି ନିତି ପ୍ରୀତି , 

ଶାଶୁ ନୁହେଁ ମାତା ସୁରେଖା ସମ୍ପଦା 

   ସ୍ନେହଁ ତାଙ୍କ ଅସରନ୍ତି ! ! 


 ପିତା ଜୟ କୃଷ୍ଣ କଲ୍ୟାଣେ ବିମୁଗ୍ଧ 

   ପୁକୁସୁଙ୍ଗା ଦୀପ୍ତିମାନ , 

ନିଆରା ମନ୍ଦିର ସ୍ଵର୍ଣ୍ଣୀମ ଆବାସ 

    ସାହୁ ପରିବାର ଧନ୍ୟ ! ! 


ସୁଯୋଗ୍ୟ ସନ୍ତାନ ଦେଶ ମାତୃକାର 

     ଫଉଜ ପରାଣ ମିତ , 

ସଭିଁଏ ସୈନିକ ଆମରି ସୌଭାଗ୍ୟ 

    ଦେଶ ପାଇଁ ସମର୍ପିତ ! ! 


ମୋ'ଦିଅର ଅଜି ହୃଦୟେ ଦରଦୀ 

   ଜାଆ ମୋର ମିନୁ ମାଆ 

ସ୍ନେହଁସରାଗିନି ସତେ ମୋ' ଭଗିନୀ 

   ଆହାକି ମୋ' ଭାଗ୍ୟ ଆହା ! ! 


ସବା ସାନ ଧନ ସ୍ଵାଗତ ବିଭବ 

   ମୋ'ଗେହ୍ଲା ଦିଅର ମଣି 

ପଠନ ପାଠକ ଦୀପ୍ତିମାନ ଦୀପ 

  ସଭିଁଙ୍କୁ କରିଛ ଋଣୀ ! ! 


ହେ' ପ୍ରିୟ ସୁଜିତ ସମର୍ପଣ ମିତ 

   ମୁଁ'ଯେ' ତୁମ ରେଶ୍ମା ରାଣୀ , 

ଅଚିରେ ପାଳିବା ବିବାହ ବାର୍ଷିକ 

   ସରାଗେ ଆସିବ ଜାଣି ! ! 

  

 ବୈଶାଖ ତେଇଶ ସ୍ମୃତିର ଦିବସ 

    ଭାସି ଉଠେ ସ୍ମୃ୍ତି ଛବି , 

ବିବାହ ବେଦୀର ଅଭୁଲା ସେ'ଦିନ 

   ଭରିଥିଲ ମୋର ସିନ୍ଥୀ ! ! 


ଜଗତର ନାଥ ଦିଅହେ' ଆଶିଷ 

   ଫଉଜ କାନ୍ତକୁ ମୋର , 

ସମୃଦ୍ଧି ପରବ ସୌଭାଗ୍ୟ ବିଜୟ 

   ସ୍ମୃତିର ଅଲିଭା ଗାର ! ! 


ଛତ୍ରଛାୟା ତଳେ ରଖ ଜଗନ୍ନାଥେ 

     କରୁଛି ବିନତୀ ଅଳି 

ସାହୁ ପରିବାର ଏ' ମାଟିର ମହକ

    ତୁମ୍ଭରି ସ୍ଵୀକୃତ ମଣି  ! ! 

- - - - - - - - - - - - - - - - - - - - - - - - - - - - - - - - - - - - - - - - -

ସଦାନନ୍ଦ ସାହୁ ,କାରା କର୍ମଚାରୀ , 

ଚୌଦ୍ଵାର , କଟକ


Rate this content
Log in