Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

3  

Prasanna Kumar Madala

Others

ଡାକ୍ତର ହେଲେବି ନଥିବ ଓଷ

ଡାକ୍ତର ହେଲେବି ନଥିବ ଓଷ

1 min
149


ଭୋଗକୁ ରୋଗ ତ ଥୁଆରେ ବାଉଳା

ଶୁଣି ହେଜିନାହୁଁ ଏତିକି କଥା

ସୁରାର ସମ୍ଭୋଗେ କିଆଁ ମୃତ୍ୟୁଯୋଗ

ଆଦରି ନେଇଛୁ କହ ଅଯଥା ।

କୁସଙ୍ଗରେ ପଡି    ଶିଖିଅଛୁ ଯାହା

ସଂସାର ଯାତନା ଲାଘବ ପାଇଁ

ସେହି ଘାରୁଅଛି   ମରଣ ଯନ୍ତାରେ

ଫିଟିବା ବି ଏତେ ସହଜ ନାଇଁ ।

ଗୀତା ପଢି ସିନା  ପିତା ଖାଉଥିଲେ

ଆମରି ପୁରୁଖା ଜୀବନ ଗଢ଼ି

ଜୀବନ ଜଞ୍ଜାଳେ   ଦୃଢତାର ସହ

ପରାଭବ ବିନା ଆଗକୁ ବଢି ।

ସଂସାର ଭିତରେ  ଭଲ ଅଛି ଯାହା

ଜାଣିବା ପାଇଁକି ନଥିଲା ବେଳ

ପରମୁଣ୍ଡେ ଦୋଷ କେତେ ବା ଲଦିବୁ

କୁମତି ଜନରେ ହୋଇକି ମେଳ ।

ନିଶା ସେବନରେ    ମଧୁର ସମ୍ପର୍କ

ନୂଆ ନୂଆ କରି ଦେଖିଲୁ ଯାହା

ସତ କହ ଆଜି    ଅନୁଭବେ ନିଜ

ଅସମୟେ କେହି ହେଲେକି ସାହା ।

ଦେହ ଯଉବନ  ସାଥେ ତୋର ଧନ

ଆଗକୁ ନିଶ୍ଚୟ ହୋଇବ ଶେଷ

ସରିଗଲେ ସବୁ   ଦୂରେଇ ଚାଲିବେ

ଖୋଜିଲେ ଉପାୟ ନଥିବ ଲେଶ ।

ଏତେକଥା ପରେ   ମଦ ଛାଡିବାକୁ

ମନରେ ଯଦିଓ ନପଶେ ହୋସ

ଛାତି ଭିତରଟା  ଜଳିଗଲେ ଶେଷେ

ଡାକ୍ତର ହେଲେବି ନଥିବ ଓଷ ।


Rate this content
Log in