Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Others

2  

Mamatamanjari Das

Others

ଥାଏ ମୋର ସାଥେ ସାଥେ

ଥାଏ ମୋର ସାଥେ ସାଥେ

1 min
6.9K


କଲମଟି ମୋର ଏପରି ବନ୍ଧୁଟେ,

ତା'ପରି ନାହିଁକେ ଆଉ,

ସବୁ ଦୁଃଖ ସୁଖ ତା'ସହ ବାଣ୍ଟେ ମୁଁ,

ସେ କେବେ ଦେଖାଏନି ମୋ ପାଖେ ଭାଉ।


ଜୀବନେ ଯନ୍ତ୍ରଣା ଯେତେ ମୋର ଅଛି,

ତା'ଆଗରେ କୁହେ ମୁହିଁ,

ନୀରବ ନିଶୀଥେ ଶୁଣେ ମୋ କଥା ସେ,

ମୋ ହୃଦ ବ୍ୟଥାକୁ ଆଙ୍କେ କାଗଜରେ,

ଦେଇ ତା'ହୃଦୟ ସ୍ୟାହି ।


ଅଙ୍କା ବଙ୍କା ପଥ ବଡ କଣ୍ଟକିତ,

ଜୀବନର ଦୋଛକିରେ,

କେବେ ଆସେ ଝଡ଼ କେବେ ପୁଣି ଝଞ୍ଜା,

ବାଣ୍ଟେ ମୁହିଁ ତା'ସାଥୀ ରେ ।


ଥକିଯାଏ ଯେବେ ଜୀବନ ଯୁଦ୍ଧରେ,

ତା'ଆଗେ ବଖାଣେ ମୋ ହୃଦୟ ବ୍ୟଥା,

ନୀରବରେ ଶୁଣେ ମନଦେଇ ସବୁ,

ତାପରେ ଲେଖଇ କେତେ କବିତା ।


କବିତା ରୂପରେ କେବେ କେବେ ସିଏ,

ଲୋକଙ୍କ ହୃଦୟେ କରିଥାଏ ଶରାଘାତ,

କେତେବେଳେ ପୁଣି ଫଗୁଣ ଦୋଳିରେ,

ମନ ଜିଣି ନେଇ କରିଦିଏ ପୁଲକିତ ।


ହସାଏ କେବେ ସେ କନ୍ଦାଏ କେବେ ସେ,

କେବେ ପୋଛିଦିଏ ମୋ ଆଖି ଲୁହ,

ତା'ସାଥିରେ ମୁହିଁ ବାଣ୍ଟେ ମୋ ବେଦନା,

ହୃଦୟର ଯେତେ ଅକୁହା କୋହ ।


ଛୋଟବେଳ ଠାରୁ ବଡ ମୁଁ ହୋଇଛି,

ମୋ ପାଖେ ଅଛି ସେ ବନ୍ଧୁଟେ ପରି,

କଲମ ବିନା ମୁଁ ବଞ୍ଚିବା ଶିଖିନି,

ତା' ସହ କେହି ହେବେନି ସରି ।


ବିପଦ ଆସିଲେ ଦୂରେଇ ଯାଆନ୍ତି,

ରକ୍ତ ସମ୍ପର୍କିୟ ଅଛନ୍ତି ଯେତେ,

କଲମଟି କିନ୍ତୁ ବନ୍ଧୁ ପରି ସଦା,

ଥାଏ ମୋର ସାଥେ ସାଥେ ।


ମମତା ମଞ୍ଜରୀ ଦାସ ,ବାଲିସହି,ମଧୁପାଟଣା ,କଟକ--୭୫୩୦୧୦

ଦୂରଭାଷ -୯୭୭୭୪୭୩୨୭୭


Rate this content
Log in