ପାଗଳ କୁହନ୍ତି ସଂସାରୀ ସଭିଏଁ ଜୟ
ପାଗଳ କୁହନ୍ତି ସଂସାରୀ ସଭିଏଁ ଜୟ
1 min
6.6K
କିଣା କିଙ୍କର ତୋ ବଣା ହେଉଅଛି
ଅଣାଏ କରୁଣା ପାଇଁ
ଭରଣା କରିଦେ ଭାଵ ଭକତିକୁ
ଭବୁ ଯାଉ ପାରିହୋଇ,
ଟାଣି ଟାଣି ପ୍ରଭୁ ସଂସାର ରଥକୁ
ଜାଣି ବି ପାରିନି ଆଜି
କିବା ସେ ପାଇଛି କିବା ହରାଇଛି
ମାୟାର ସାରଥୀ ସାଜି,
ଜଣା ତୋତେ ସବୁ ..ହେ! ଦାରୁମୁରାରୀ
ଆଉ ବା କହିବି କିସ
ପାଗଳ କୁହନ୍ତି ସଂସାରୀ ସଭିଏଁ
ହେଲେ ବେଶି ଭାବାବେଶ ।।
ତପନ ଦୀକ୍ଷିତ (ବେଳାଭୂମି)୧୧.୧୦.୨୦୧୭