ପ୍ରତୀକ୍ଷା
ପ୍ରତୀକ୍ଷା
ତୁମକୁ ପାଇଲା ପରେ
ମୋ ଦେହରେ ଭରିଗଲା
ସତ ସିଂହର ବଳ ,,,
ତୁମ ଭିତରେ ନିଜକୁ ହଜାଇଲା ପରେ
ମୁଁ ଭୁଲିଗଲି .......
ମୋ' ଛାତିର ପ୍ରତିଟି ସ୍ପନ୍ଦନ ।
ପାଇଲି ତୁମଠୁ ଆଞ୍ଜୁଳେ ପୀରତି
ସପନର ଜଉଘରେ
ଭଙ୍ଗା ମନ ନେଇ ଖୋଜିଲି ଅନେକ
ବେଦନା ନଈର ତୀରେ ।
ସଞ୍ଜ ନଇଁଗଲା ଗଙ୍ଗଶିଉଳିରେ
ତୁମକୁ କରି ପ୍ରତୀକ୍ଷା
ଯୌବନ ଡଙ୍ଗାରେ ଆୟୁଷ ସରିଲା
ତୁମ ବିନା ଏକା ଏକା ।
ଶ୍ରାବଣ ସଞ୍ଜରେ ବିରହ ବେଦନା
ଯେବେ ଜୁଆରିଆ ହୋଇ ଆସେ
ତୁମ ନିରବତା ବିରହ କବିତା
ମୋ' ହୃଦୟରେ ମଥା ପିଟେ ।
ପ୍ରତୀକ୍ଷା ମୋ' ସରେ ପ୍ରତୀକ୍ଷାରେ ଖାଲି
ଝୁରଇ ପିଆସୀ ପ୍ରାଣ
ଆସ ଥରେ ଖାଲି ଅତୀତ ରୁ ଫେରି
ରହିଲା ତୁମକୁ ରାଣ ।
~ମମତା ମଞ୍ଜରୀ ଦାସ ,କଟକ~