Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

2  

Sadananda Sahoo

Others

ମହନୀୟ ବଳିଦାନ

ମହନୀୟ ବଳିଦାନ

1 min
184



ଚିରବନ୍ଦନୀୟ ହେ'ବାଜି ରାଉତ

କୋଟି କୋଟି ପ୍ରଣିପାତ ,

ଝୁରୁଛି ଭାରତ ଝୁରୁଛି ଉତ୍କଳ

ହୃଦୟେ ସାଜିଛ ମିତ ! 1!


ଦେଶ ପ୍ରେମଭାବ ଅଶେଷ ବିଭବ

ତୁମେହିଁ ମାର୍ଗ ଦର୍ଶକ ,

ବାଳୁତ ବୟସେ ବଝିଥିଲ ସତେ

ପରାଧୀନ ଦୁଃଖ ଶୋକ !2 !


ଗୌରବଣିକର ଅନ୍ୟାୟ ଶାସନ

ପରଖି ଥିଲ ନିଶ୍ଚୟ ,

ଜନ୍ମମାଟି ପ୍ରୀତି ଥିଲ ହେ' ସରାଗି

ଦାନ ତବ ମହନୀୟ !3 !


କୌଳିକ ବୃତ୍ତିର ବିରଳ ନାବିକ

ସଂଘର୍ଷର ବରପୁତ୍ର ,

ବାଳୁତ ହୃଦୟ ସତରେ ବିଚିତ୍ର

ଛାତିପାତି ଦେଲ ସତ୍ୟ !4!


ଜନମ ସ୍ଥାନର ସରାଗ ଭୁବନ

ବ୍ରାହ୍ମଣୀର ତଟ ତୀର ,

ତବ କୃତି ଦାନ ନିଜର ମରଣ

ସ୍ମୃ୍ତିର ଲୋତକ ଧାର !5!


କରିବିନି ପାରି ଯିବିପଛେ ମରି

ଫେରିଯା' ଗୋରା ବଣିକ ,

ମୋ'ମାଟି ମାଆର ରଖିବି ସମ୍ମାନ

ତୁଉ ନୁହେଁ ସୁ-ଶାସକ !6!


ମୋ' ଟିକି ବୁଦ୍ଧିରେ ବୁଝିଛି ସତରେ

ଆସିଛ ଆମକୁ ଲୁଟି ,

ଗୋତି ଖଟାଇବ ପାଉଣା ନଦେବ

ମାରିବ ଆମକୁ ପିଟି !7!


ନଦୀ ଆରପାରି କରିବିନି ପାରି

ଏଇ ମୋ ' ଦୃଢ ନିଷ୍ପତି ,

ମୁଁ ' ବାଜି ରାଉତ ହେଲେବି ବାଳୁତ

ହୃଦୟରେ ମାତୃ ପ୍ରୀତି !8!


ନାହିଁ ଭୟ ଭ୍ରାନ୍ତି ଦେବି ଛାତିପାତି

ମାରିଦେରେ ମୋତେ ଗୁଳି ,

ମୁଇଁ ମରିଗଲେ ଚେତିବରେ ଭଲେ ,

ଅଭିଶାପେ ଯିବ ଜଳି !9!


ସଦାନନ୍ଦ ସାହୁ , ଧୁରୁଷିଆ , ଆଠଗଡ଼ , କଟକ ,


Rate this content
Log in