Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

4.4  

Sadananda Sahoo

Others

ଶୁଭ ବ୍ରତୋପନୟନ

ଶୁଭ ବ୍ରତୋପନୟନ

1 min
367



ବ୍ରତୋପନୟନ ମହାର୍ଘ୍ୟ ଉତ୍ସବ 

   ବୈଶାଖୀ ଦ୍ଵାଦଶୀ ତିଥି ,  

ଦୀକ୍ଷାରେ ଦୀକ୍ଷିତ ହେଵ ମନମିତ 

    ଉଚ୍ଛୁଳି ପଡୁଛି ପ୍ରୀତି ! ! 


କୁଳର ନନ୍ଦନ ହୃଦୟ ଚନ୍ଦନ 

   ସୌମିକ ସମ୍ପଦ ସୁତ , 

ଶୁଭ ଅବସରେ  ମଙ୍ଗଳ ପରବେ 

    ହେଵନବ ବିଭୁଷିତ ! ! 


ପ୍ରଥା ପରମ୍ପରା ଏ'ଛବି ନିଆରା 

    ଉତ୍କଳର ରୀତିନୀତି , 

ବେଦ ମନ୍ତ୍ର ପାଠ ବେଦୀହୋମ ଯଜ୍ଞ

    ବ୍ରତୋପନୟନ କିର୍ତ୍ତୀ ! ! 


ବ୍ରାହ୍ମଣ କୁଳର  ଏ'ମହାଉତ୍ସବ 

    ଜୀବନ ଦର୍ଶନ ଛବି ,

ମହା ଦୀକ୍ଷାନ୍ତରେ ବିଭୁଷିତ ହେଲେ 

  ପ୍ରୀତହ୍ଯୁନ୍ତି ଦେଵାଦେବୀ ! ! 


ସୁକାନ୍ତ ମାଣିକ ସୌମିକର ବାପ

     ଜୟଶ୍ରୀ ତ' ସୁନା ମାତା , 

ସୌଭାଗ୍ୟ ବିଜୟ ଅଭୁଲା ପ୍ରୀତିର 

    ସ୍ନେହଁର ସଦିଚ୍ଛା କର୍ତ୍ତା ! ! 


ଲଳିତ ମୋହନ ପିତାମହ ଦେବ 

    ସୌମିକର ମନମିତ , 

ମିଶ୍ର ପରିବାର  ସ୍ଵର୍ଣ୍ଣୀମ ବିଭବ 

  ଗୌରବରେ ଆଚ୍ଛାଦିତ ! ! 


ମାତାମହୀ ସ୍ନେହିଁ ନିରୁପମା ଦେବୀ 

   ମିଶ୍ର ଆବାସର ଜହ୍ନ , 

ଅସରନ୍ତି ସ୍ନେହଁ   କରନ୍ତି ଅର୍ପଣ 

   ସୌମିକ'ତ  ଗଣ୍ଠିଧନ  ! ! 


ଜଗତର ନାଥ   ତୁମରି ବିଭବ 

   ସୌମିକ ମାଣିକ ଜ୍ୟୋତି , 

ଛତ୍ରଛାୟାତଳେ ରଖ ଆ'ହେ ନାଥେ 

    ବଢିବ ତୁମରି ଖ୍ୟାତି ! ! 


ଏ'ଶୁଭ ଉତ୍ସବ  ହେଉ ଶୁଭମୟ 

    ଜୀବନର ପ୍ରତିପାଦେ , 

ନିରିମାଖି ଫୁଲ  ସୌମିକ ରତନ 

    ଭାସୁ ତବ ଆଶିର୍ବାଦେ ! ! 



Rate this content
Log in