Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

3  

Sadananda Sahoo

Others

ଶୁଭ ଜନ୍ମୋତ୍ସବ

ଶୁଭ ଜନ୍ମୋତ୍ସବ

2 mins
407



ହେ'ଭାଗ୍ୟ ବିଧାତା ତୁମ୍ଭରି ସଦିଚ୍ଛା

ଜନ୍ମି ଥିଲି ଶୁଭ ଦିନେ ,

ମହା ବିଷୁବର ଏ'ଶୁଭ ଅବସର

ଉଦ୍ଭାସିତ ମୋ'ର ମନେ ! !


ସୌଭାଗ୍ୟ ବିଜୟ ତୁମ୍ଭରି ସ୍ଵୀକୃତ

ଦିଅହେ ' ଆଶିଷ ପ୍ରଭୁ ,

ମୁଁ 'ତୁମ ରଞ୍ଜନ ପ୍ରୀତିର ଅଞ୍ଜନ

ସାଉଁଟିବି ସୁଖ ସଵୁ ! !


ପିଲା ପରିବାର ମୋ' ସୁଖ ସଂସାର

କାଞ୍ଚନ ମୋ' ଧର୍ମପତ୍ନୀ ,

କୁଳର ଗାରିମା ମୋ' ପ୍ରିତୀ ଚନ୍ଦ୍ରମା

ଦୁଃଖସୁଖ ବିଳାସିନୀ ! !


ଦୀପ୍ତିମୟୀ ରେଶ୍ମା ମୋ'ର ସୁନା କନ୍ୟା

ବବୁଲ ରତନ ଧନ ,

ଟିକିବସା ମୋ'ର ହସୁଛି ସର୍ଵଦା

ସୁଝି ପାରିବିନି ଋଣ ! !


ମାଆ ମାହେଶ୍ବରୀ ଆଶା ଅସୁମାରୀ

ସଦୟ ହୋଇବ ସଦା ,

କର୍ମ ଜଞ୍ଜାଳରେ ଅଛି ମୁଁ' ସଂସାରେ

ସମର୍ପୁଛି ସ୍ନେହଁ ଶ୍ରଦ୍ଧା ! !


ହେ'ମାଆ ହିଙ୍ଗୁଳା କରୁଛି ପ୍ରାର୍ଥନା

କର୍ମକ୍ଷେତ୍ର ଅଧିଷ୍ଠିତା

ସର୍ବ କୁଶଳରେ ଅଛିତୋ' କ୍ଷେତ୍ରରେ

ସହାୟ ହୋଇବୁ ମାତା ! !


ଛୟାଳିଶତମ ଶୁଭ ଜନ୍ମ ଦିନ

ପାଳୁଛି ଉଲ୍ଲାସେ ଆଜି ,

ପବିତ୍ର ଦିବସେ ଶୁଭ ଅବକାଶେ

ଖୋଲିଛିତ ନୂଆ ପାଞ୍ଜି ! !


ସୁଖ ସମୃଦ୍ଧିର ଏ'ନୂଆ ବରଷ

ଉତ୍କଳୀମା' ବିମଣ୍ଡିତ ,

ପ୍ରଭୁ ହନୁମାନ ପ୍ରଭୁ ଦାମୋଦର

ଧରାବତରଣ ମିତ ! !


ଆହାକି ସୌଭାଗ୍ୟ ପାଇଛି ନିଶ୍ଚୟ

ଜନ୍ମିଥିଲି ଶୁଭ ବେଳେ ,

ସ୍ମୃତିର ସ୍ମରଣ ଝଟକୁଛି ପୁଣ

ଅବସରେ ମୁଁ'ଯେ ଭାଳେ ! !


ଜଗତର ନାଥ ହୁଅ ହେ' ସଦୟ

ତୁମ୍ଭରି ଆଶ୍ରିତ ଆମ୍ଭେ ,

ଛତ୍ରଛାୟା ତଳେ ରଖିଥା କୁଶଳେ

ଢାଳୁଛୁ ପ୍ରଣତୀ ସର୍ବେ ! !

- - - - - - - - - - - - - - - - - - - - - - - - - - - - - - - - - - - - - - - - -

ସଦାନନ୍ଦ ସାହୁ ,( କାରାକର୍ମଚାରୀ)

କେନ୍ଦ୍ରୀୟ କାରାଗାର , କଟକ ,ଚୌଦ୍ଵାର ! !

ମୋର ଜଣେ ସହୃଦୟ ପାଠକ ଙ୍କର ଜନ୍ମ ଦିବସ ଉପଲକ୍ଷେ କବିତାଟି କୁ ଉପହାର ରୂପେ ସମର୍ପଣ କରୁଛି ! !


Rate this content
Log in