Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

5.0  

Sadananda Sahoo

Others

ରଙ୍ଗର ପରବ ହୋଲି

ରଙ୍ଗର ପରବ ହୋଲି

2 mins
153


ରଙ୍ଗର ପରବ ସ୍ନେହଁ ସୌହାର୍ଦ୍ଦ୍ୟର

ସପ୍ତରଙ୍ଗେ ରଙ୍ଗାୟିତ ,

ଏ'ଗଣ ପରବ ସଂସ୍କୃତି ବିଭବ

ଜୟମା' ଭାରତ ମାତ ।

ବରଷକେ ଥରେ ଆସିଛି ହୋଲିରେ

ରଙ୍ଗର ପସରା ମେଲି

ଆସ କୁନା ମୁନା ଆସ ହେ' ଭାଇନା

ରାଗରୁଷା ସଵୁ ଭୁଲି ।

ରଙ୍ଗରେ ଭିଜିବା ସରାଗେ ନାଚିବା

ସମ୍ପର୍କ ମୁରୁଜ ବୁଣି

ନୂଆ ସ୍ଵପ୍ନ ଦେଖି ହଜିଯିବା ଆଜି

ସଭିଁଙ୍କ ହୃଦୟ ଜିଣି ।

ପୁରାଣେ ବର୍ଣ୍ଣିତ ରଙ୍ଗପର୍ବ ସତ

ଦ୍ଵାପର ଯୁଗର ଚିତ୍ର

ଗୋପଗୋପାଙ୍ଗନା ରାଧାକୃଷ୍ଣଲୀଳା

ପ୍ରେମ ରସାୟନମୃତ ।

ରାଧାକୃଷ୍ଣ ଯୋଡି ଯୁଗଳ ମୂରତି

ବୋଳି ହେଉ ଥିଲେ ରଙ୍ଗ

ପ୍ରେମର ବାରତା ପ୍ରଭୁଙ୍କ ସଦିଚ୍ଛା

ଭାବ ବନ୍ଧନର ଦିଗ ।

ଏ'ଫଗୁଣ ଅବିର ପ୍ରୀତି ବସନ୍ତର

ସ୍ନେହଁ ପ୍ରେମେ ସନ୍ନିହିତ

ହେ'ତରୁଣ ତରୁଣୀ ପ୍ରେମ ନିର୍ଝରିଣୀ

ହୃଦୟର ସାଜ ମିତ ।

ନବ ପଲ୍ଲବୀତ ପ୍ରେମଦୃମ ବିତ୍ତ

ରଙ୍ଗ ପୁଷ୍ପେ ଅଭିଷିକ୍ତ

ଆକାଶରେ ଥାଇ ହସି ଦିଏ ରବି

ପ୍ରେମରେ ହୋଇ ଆସକ୍ତ ।

ଏ'ହୋଲି ପରବ ପାଳ ଜନଗଣ

ମନରେ ନରଖି ରୋଷ

କ୍ରୋଧ ହିଂସା ଦ୍ଵେଷ କରି ପରିହାର

ଓଠରୁ ଝରିବ ହସ ।

ସମାଜିକ ଭାବ ହେଵ ସଂଗଠିତ

ବୈଷମ୍ୟ ଯିବ ଉଭେଇ

ନାଲି ହୋଲି ରଙ୍ଗ ନାଲିତ ରକତ

ଭିନ୍ନତାର ଚିହ୍ନ ନାଇଁ ।

ସଦାନନ୍ଦ ସାହୁ , (କାରା କର୍ମଚାରୀ )

କେନ୍ଦ୍ରୀୟ କାରାଗାର , କଟକ , ଚୌଦ୍ଵାର


Rate this content
Log in