Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nibedita Mishra

Others Tragedy

2.5  

Nibedita Mishra

Others Tragedy

ଧୋକା

ଧୋକା

1 min
7.3K


ଭାରି ଅଜବ ସତେ ଏ ଧୋକାର ପଦ୍ଧତି,

ଅଳ୍ପେ ବହୁତେ ସଭିଙ୍କର ଅଛି ଏ ଅନୁଭୂତି।

ପ୍ରେମ ଓ ବିଶ୍ଵାସର ଡୋର ଛିଣ୍ଡେ ଯେଉଁଠି,

ସେଇଠୁ ଆରମ୍ଭେ ଯେ ଏହାର ବ୍ୟୁତ୍ପତି।

ଲୋଭ,ମୋହ,ଆଶଙ୍କା ଏହାର ଚିର ସାଥି,

"ଧୋକା"ର ମୂଳଦୁଆ ଏମାନେ ହିଁ ସ୍ଥାପନ୍ତି।

ଏହା ଆଣେ କେବଳ ପ୍ରଳୟ ଓ ଅଶାନ୍ତି,

ଭାଙ୍ଗି ଦିଏ ସମ୍ପର୍କର ସବୁ ମୂଳଭିତ୍ତି।

ସୃଷ୍ଟିକରେ ଏହା ଏକ ଭ୍ରମର କୋଠି,

ନିରୀହ ବିଶ୍ଵାସ ପ୍ରାଣ ବଳି ଦିଏ ସେଠି।

ଏହା ଅବିଶ୍ଵାସର ପକାଏ ଜବର ଗଣ୍ଠି

ତାକୁ ଖୋଲିବାର ମିଳେନାହିଁ ଚାବିକାଠି।

ମାନ ଓ ଅଭିମାନର ଧିର ଅବସାନେ

ଆସେ ଯଦି ସେହି ଧୋକା ଛଳନା ଲେପନେ।

ଯୋଡେ ଯଦିଓ କିଛି ସମ୍ପର୍କ ପୁନଶ୍ଚ ସେ ତ,

ନପାଏ ଫେରି ପୁଣି ସେ ବିଶ୍ଵାସ ଅତୀତ।

ନିବେଦିତା ମିଶ୍ର


Rate this content
Log in