Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Others

5.0  

Bauribandhu Lenka

Others

ସର୍ବେ ଭବନ୍ତୁ ସୁଖିନଃ

ସର୍ବେ ଭବନ୍ତୁ ସୁଖିନଃ

1 min
7.6K


ଅତୀତର ଯେତେ ଦୁଃଖ ଓ ଯାତନା

ଛାଡିଦିଅ ଅତୀତରେ ।

ଆଜି ପ୍ରଭାତର ମଙ୍ଗଳ ଗୀତିକା

ଗାଅ ହରଷିତ ସ୍ୱରେ ॥

ବିଶ୍ୱନିୟନ୍ତା ଦିଅନ୍ତୁ ଆଶିଷ

ହୁଅନ୍ତୁ ସରବେ ସୁଖୀ ।

ନିରାମୟ ସଦା ରୁହନ୍ତୁ ସରବେ

କେହି ନ ହୁଅନ୍ତୁ ଦୁଃଖୀ ॥

ପ୍ରତିଟି ପ୍ରଭାତ ପ୍ରଥମ ପ୍ରଭାତ

ଅବଶିଷ୍ଟ ଜୀବନର ।

ପ୍ରତି ପ୍ରଭାତକୁ ସୁମଙ୍ଗଳ କର

ହେ ମୋର କଳାଠାକୁର ॥


Rate this content
Log in