ଶୁଭ ସକାଳର ସପ୍ରେମ ନମସ୍କାର ***
ଶୁଭ ସକାଳର ସପ୍ରେମ ନମସ୍କାର ***
1 min
13.4K
ଏତେ ସପନକୁ ବେଳ ଅବା କାହିଁ
କାଳ ଜଗିଅଛି ବାଟରେ
ନିଶ୍ୱାସ ବପୁଡା ଖେଳ ଖେଳୁଅଛି
ଓଲଟି ଏ ମାଟି ଘଟରେ,
କିଏ ଜାଣେ କେବେ କପଟୀ ସାଜିବ
ଯାଉ ଯାଉ ଚଲା ପଥରେ
ଛ ଖଣ୍ଡ ବାଉଁଶ ସଜାଡି ରଖିଥା
ଶେଷ ଯାତରାକୁ ସାଥିରେ,
ଭାଵ ପୀରତିରେ ଜାବୁଡି ରଖିଥା
ଭବ ହାଟ ପୀରତିକୁ
ନାଟ ସରିଗଲେ ବାଟ ପାଇଁ ଦେବେ
ତୋଳି ଶ୍ରଦ୍ଧା ସୁମନକୁ ।।
ତପନ ଦୀକ୍ଷିତ(ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ