Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

2  

Sadananda Sahoo

Others

ସ୍ଵର୍ଣ୍ଣିମ ଆବାସ

ସ୍ଵର୍ଣ୍ଣିମ ଆବାସ

1 min
172



ଆବାସ ନିବାସ ପ୍ରକାଶ୍ୟ ଆଲୋକ

ସଂସାର'ର ଚିର ଛବି ,

ଭାବ ବନ୍ଧନର ନିଅାରା ମନ୍ଦିର

ହସେ ଅଂଶୁମାନ ଭବି !1!


ସ୍ଵର୍ଣ୍ଣିମ ମନ୍ଦିର ପ୍ରୀତିର ଭଣ୍ଡାର

ବୈକୁଣ୍ଠ ସମାନ ଘର ,

ପରଷ୍ପର ସ୍ନେହଁ ଥାଏ ନିରନ୍ତର

ଝରଇ ଅମୃତ ନୀର !2!


ସମାଜେ ସ୍ଵୀକୃତ ଏଇ ସୁନାନୀଡ

ପ୍ରତିଷ୍ଠାରେ ଅଛି ଖ୍ଯାତି ,

ଶୃଙ୍ଖଳା ବୋଧର ଚରମ ସ୍ଵାକ୍ଷର

ଉଦ୍ଭାସିତ ହୁଏ ପ୍ରୀତି !3!


ପିତାମହ ପିତା ନିର୍ମାଣ ଦେବତା

ଗଢି ଯାଇଛନ୍ତି ନୀଡ ,

କମାଣ ନିହାଣ ସ୍ଵୟଂପୂର୍ଣ୍ଣ ଜାଣ

ଭାଙ୍ଗି ପାରିବନି ଝଡ !4!


ସୁନା ରୂପା ଧନ ନାହିଁ ପ୍ରୟୋଜନ

ନିତି ଫୁଟେ ପ୍ରୀତିଫୁଲ ,

ଆହାକି ବିଚିତ୍ର ଆବାସ ସଚିତ୍ର

ସଭିଁଏ ହୁଅନ୍ତି ଗେଲ !5!


ଆମ ସୁନା ବସା ହସୁଛି ସର୍ଵଦା

ସୁଖର ସୌହାର୍ଦ୍ଦ୍ୟ ମେଲି ,

ଜ୍ୟେଷ୍ଠ ବୟୋଜ୍ୟେଷ୍ଠ ଚିରପୂଜ୍ୟସ୍ପଦ

ହସଫୁଲ ଦ୍ଯନ୍ତି ଢାଳି !6!


ମମତା ସମତା ପାଳନ୍ତିତ' ମାତା

ସଭିଁଏ ହୁଅନ୍ତି ଖୁସି ,

ସ୍ନେହଁର ରଙ୍କୁଣୀ ଆମରି ଜନନୀ

ଟିକି ବସା ଉଠେ ହସି !7!


ଶାବକର ଆଶା ହୁଏନି ବିବଶା

ସଭିଁଏ ସ୍ଵଜ୍ଜଳ ଧାରା ,

ଦୟାପରବେଶ ସର୍ବ ବୟୋଜ୍ୟେଷ୍ଠ

ନିଅାରା ହୃଦୟ ପରା !8!


ପିତା ମାତା ଶାନ୍ତି ଉଚ୍ଛୁଳେ ପୀରତି

ରୌପ୍ୟ ସ୍ଵର୍ଣ୍ଣ ନାହିଁ ଲୋଡା ,

ଆମରି ସଂସାର ଆମ ସୁନା ଘର

ଭୋଗିବନି ଜମା ପିଡା !9!


ଜଗତର ନାଥ ଏ'ତୁମ୍ଭରି ବିଭବ

ସୁଖର ସୌନ୍ଦର୍ଯ୍ୟ ଛବି ,

ଚିର ହସ ପୁଷ୍ପ ହେଉ ପ୍ରଷ୍ପୁଟିତ

ଟିକିବସା ରଖ ଢାଙ୍କି !10!


ସଦାନନ୍ଦ ସାହୁ ,

ଧୁରୁଷିଆ , ଆଠଗଡ଼ , କଟକ


Rate this content
Log in