ଯଉବନ ଥରେ ଗଲେ ଆଉ ଆସେନା -୨
ଯଉବନ ଥରେ ଗଲେ ଆଉ ଆସେନା -୨
ଅନ୍ନଦା ଶଙ୍କର ରାୟ
(୨)
ଛୋଟ ଏ ଜୀବନ ବୋଲି ଦୁଃଖ ନାହିଁ ତ,
ଯଉବନ ବିହୁନେ ମୋ ସୁଖ ନାହିଁ ତ l
ହିମ ନ ହେଉଣୁ ଗାଲେ ତପତ ତୁମ,
ବାସି ନ ହେଉଣୁ ଗଳେ ସଜ କୁସୁମ ।
ଯଉବନ ସାଥେ ଯାଉ, ଜୀବନ ମୋର,
ଜରା ଚୋର ସାଥେ ଆସୁ ମରଣ ଚୋର।
ଫୁଲ ଝଡ଼େ, ଫୁଲ ଫୁଟେ କାନ୍ଦେ ନା ବନ,
ଶଶୀ ବୁଡ଼େ , ଶଶୀ ଉଠେ ସହେ ଗଗନ।
ମଧୁଋତୁ ଯାଏ ଆସେ ଲୁଚି ନ ରହେ,
ଅବନୀ ଉଦାସୀ ହେବ କାହା ବିରହେ ?
ଲୁଚକାଳି ଖେଳେ ଭବେ ସବୁ ସୁଷମା,
ହୋଇ(ହାତ) ଧରାଧରି ନାଚେ ଆଲୋକ ଅମା।
ଜଗତେ ହଜେ ନା କିଛି ହଜେ ଜୀବନେ,
ବାହାରେ ବେଦନା ନାହିଁ ବେଦନା ମନେ।
ବୃଥା ବିଧୁର ପରାଣ ପୁରେ ଝୁରେ ବାସନା,
ଆହା, ଯଉବନ ଥରେ ଗଲେ ଆଉ ଆସେନା।