Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Others

4.8  

ବି. ନିରୁପମା

Others

ଭାଙ୍ଗି ଦିଅନ୍ତି ତା' ଟାଣ

ଭାଙ୍ଗି ଦିଅନ୍ତି ତା' ଟାଣ

1 min
4.2K



କଦମ୍ବ ବନେ କେ ବଇଁଶୀ ବଜେଇ

ଡାକୁଅଛି ମୋର ନାଆଁ,

ସେଇ ନିନାଦରେ ଚହଲି ପଡ଼ୁଛି

ସାରା ଗୋପପୁର ଗାଆଁ ।


ଚିନ୍ତା ଜରେ ମୋର ତନୁ ଅସକତ

କା'ରେ ଦେଖାଇବି ମୁହଁ ,

ନଗରଟା ସାରା ନାଗରା ବାଜିବ

ମୁଁ ଯେ ସତୀ ପଣେ ନୁହଁ !


ସେ ବଇଁଶୀ-ଧର ଭଗାରି କି ମିତ

କେହ୍ନେ ପରକ୍ଷିବି ମୁହିଁ ,

କା' ଆଗେ କହିଲେ କେ ଦେବ ଉତ୍ତର

ହାଟ ବସେଇବ ନାହିଁ !


ଶୁଣି ସେଇ ସ୍ଵନ,ଅସ୍ଥିର ଏ ମନ

ବାରବାର ହୁଏ ଟାଣି ,

ଧାଇଁ ଯାଆନ୍ତି ମୁଁ ତାଆରି ପାଖକୁ

ନାଆଁ ଡାକୁଛି ଯେ ଜାଣି ।


ପଚାରନ୍ତି ତାକୁ କି ଲାଗି ସେ ମୋର

ଦହଗଞ୍ଜ କରେ ପ୍ରାଣ ,

ଉତ୍ତର ନ ଦେଲେ ଭିଡି ଆଣି ଦାଣ୍ଡେ

ଭାଙ୍ଗି ଦିଅନ୍ତି ତା' ଟାଣ ।



ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in