ଶିକ୍ଷକ ଦିବସ
ଶିକ୍ଷକ ଦିବସ
ପାଞ୍ଚ ସେପ୍ଟେମ୍ବର ଶିକ୍ଷକ ଦିବସ
ଭକ୍ତି ଗୁରୁ ଚରଣରେ
ଗୁଞ୍ଜେ ଚାରିପଟେ ଭକ୍ତି ଓ ଶ୍ରଦ୍ଧାର
ଶ୍ରଦ୍ଧାର ପ୍ରେମର ଧାରେ।
ଥିଲେ ସର୍ଭେପାଲୀ ରାଧାକ୍ରିଷ୍ଣନ୍
ଶିକ୍ଷାର କ୍ଷେତ୍ରେ ଶିକ୍ଷାବିତ୍
ଜନ୍ମ ଜୟନ୍ତୀଟି ଅଟେରେ ତାଙ୍କର
କୋଟି କୋଟି ପ୍ରଣିପାତ।
ତାଙ୍କରି ସମ୍ମାନେ ଶିକ୍ଷକ ଦିବସ
ଜନ୍ମ ଜୟନ୍ତୀରୁ ଭାଇ
ଭକ୍ତି ପ୍ରେମ ଶ୍ରଦ୍ଧା ଗୁରୁଙ୍କ ଚରଣେ
ଢାଳି ଦିଏ ଶିଷ୍ୟ ଭାଇ।
ଥିଲେ ସର୍ଭେପାଲୀ ଉପ ରାଷ୍ଟ୍ରପତି
ହେଲେ ରାଷ୍ଟ୍ରେ ରାଷ୍ଟ୍ରପତି
ଶ୍ରଦ୍ଧାଞ୍ଜଳି ତାଙ୍କ ଚରଣେ ଆମର
ଭକ୍ତି ସମର୍ପଣ ପ୍ରୀତି।
ଗୁରୁ ପରା ବ୍ରହ୍ମା ଗୁରୁ ପରା ବିଷ୍ଣୁ
ଗୁରୁ ଦେବ ମହେଶ୍ୱର
ଗୁରୁ ସାକ୍ଷାତରେ ପରଂବ୍ରହ୍ମ ପରା
ପଦେ ଭକ୍ତି ନିରନ୍ତର।
ସଞ୍ଚାଳିତ ପ୍ରାଣେ ଶିକ୍ଷାର ପ୍ରଦୀପ
ଜ୍ଞାନ ଭରିଦେଲେ ହୃଦେ
ରାଷ୍ଟ୍ରର ନିର୍ମାଣେ ଶିକ୍ଷିତ କରିଲେ
ଭକ୍ତିଭାବ ରହୁ ହୃଦେ।
ଶିକ୍ଷକ ରୂପରେ ତାଙ୍କ ଅବଦାନ
ଭୁଲି ହେବ ନାହିଁ କେବେ
ଭକ୍ତି ହିଁ କରିବା ଶିକ୍ଷା ଗୁରୁ ନିତ୍ୟେ
ପୂଜନଟି ଭକ୍ତି ଭାବେ।
ଜୀବନ ଯାତ୍ରାରେ ଶ୍ରେଷ୍ଠ ସ୍ଥାନ ପରା
ଗୁରୁଦେବଙ୍କର ସ୍ଥାନ
ଜ୍ଞାନ ଓ ବିଜ୍ଞାନ ଶିକ୍ଷା ଗୁରୁ ଠାରୁ
ଅଗ୍ରଣୀ ଗରୁଙ୍କ ସ୍ଥାନ।
ଶିକ୍ଷାଦିଏ ଗୁରୁ ଆତ୍ମନିର୍ଭରଶୀଳ
ଗୁଞ୍ଜେ ନୂଆ ଭାରତର
କଲେ ସଞ୍ଚାଳିତ ବିଶ୍ୱାସର ଶକ୍ତି
ଅମୃତ କାଳ ରାଷ୍ଟ୍ରର।
ଦେଶ ଶକ୍ତିଶାଳୀ ଗୁରୁମନ୍ତ୍ର ଯୋଗୁଁ
ବିଶ୍ୱେ ଗୁଞ୍ଜେ ରାଷ୍ଟ୍ର ନାମ
ଗୁରୁଙ୍କ ମହିମା ସର୍ବୋପରି ଭବେ
ଗୁଞ୍ଜୁ ଥିବ ଧରାଧାମ।
ନାହିଁ ଟି ନୈବେଦ୍ୟ ପୂଜନେ ତାଙ୍କର
ପୂଜେ ଭକ୍ତି ଶ୍ରଦ୍ଧା ଦେଇ
ଶାସ୍ତ୍ର ଜ୍ଞାନ ଦେଇ କରିଲେ ନିପୁଣ
କର୍ତ୍ତବ୍ୟ ପଥକୁ ଦେଇ।
ମହୀ ଗୁଞ୍ଜୁ ଅଛି ଗୁରୁଙ୍କ ଭକ୍ତିରେ
ଶିଷ୍ୟ କରେ ଆରାଧନା
ସ୍କୁଲ ଓ କଲେଜେ ଗୁରୁଙ୍କ ପୂଜନ
ଭକ୍ତିରେ ହୁଏ ବନ୍ଦନା।
