Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

3  

Sadananda Sahoo

Others

କଳା କହ୍ନେଇ

କଳା କହ୍ନେଇ

1 min
6.3K


ମୟୂର ଚନ୍ଦ୍ରିକା ଜନ୍ମ ସ୍ମରଣିକା

କଳାରେ ନୈପୁଣ୍ୟ ସୁତ

ହେ ପ୍ରଭୁ ନନ୍ଦର ନନ୍ଦନ କୃଷ୍ଣ

ଦେବକୀର ଆଶା ପୁତ୍ର !

ଦୁଇଟି ଜନନୀ ସୌଭାଗ୍ୟା ନନ୍ଦିନୀ

ଯଶୋଦା ଦେବକୀ ମାତା

ଜନମ ପାଳନ କଲେ ଭିନ୍ନ ଭିନ୍ନ

ଆହା କି ଏ ଧର୍ମ ବାର୍ତ୍ତା !

କାରାଗାରେ ବନ୍ଦୀ ଅଭାଗୀ ଦେବକୀ

ପରାକ୍ରମୀ ଭ୍ରାତା କଂସ

ନିଷ୍ଠୁର ଭ୍ରାତାର ଏକି ଅବିଚାର

ଭଗ୍ନୀ ଗର୍ଭ ହେଉ ନାଶ !

ଶୂନ୍ୟ ବାଣୀ ସତ୍ୟ ଭାଳି ହୁଏ କଂସ

ନାଶ ଯିବ ଶିଶୁ ହସ୍ତେ

ସେ ଶିଶୁ ଭଣଜା ଭଗିନି ଗର୍ଭଜା

ଅଷ୍ଟମେ ଆସିବ ମର୍ତ୍ତ୍ୟେ !

ପିତା ବସୁ ଦେବ ଭୋଗେ ସମ ଦୁଃଖ

ପତ୍ନୀ ସଙ୍ଗେ କାରାଗାରେ

ଜନମ ଲଭିଲେ କଳାକାହ୍ନୁ ବାରେ

ନେଇ ଯିବ ଗୋପନରେ !

ଜନମ ବୃତାନ୍ତ ଚିର ସ୍ମୃତି ମୟ

କୃପାମୟ ପ୍ରଭୁ ଇଚ୍ଛା

ବାସୁକି ନାଗର ସୁରକ୍ଷା କବଚ

ବାସୁର ମସ୍ତକେ ଛତା !

ଝଡ଼ି ବରଷା ରେ ନିଶାର୍ଦ୍ଧ ରାତ୍ରୀରେ

ଜନମିଲ ପ୍ରଭୁ ତୁମେ

ମାଆ ଦେବକୀ ର ତୁମେ ଚିର ହସ

ପିତା ବସୁଦେବ କର୍ମେ !

ନନ୍ଦ ରାଜା ଘରେ ମୁର୍ଚ୍ଛି ସେ ଆସିଲେ

ବିଜୁଳି କନ୍ୟାକୁ ନେଇ

ସେ ବିଜୁଳି କନ୍ୟା ଆକାଶରେ ଧନ୍ୟା

କଂସର ଚେତନା ଦ୍ଵେଷୀ !

ହେ ବ୍ୟଭିଚାରୀ ପିତୃ ନିନ୍ଦାକାରୀ

ସଅଳେ ତୁ ଯିବୁ ତରୀ

ଗୋପରେ ବଢୁଛି କଳା କହ୍ନେଇରେ

ପୁଷ୍ପ ପ୍ରୀତି ଭାର ଧରି !

ସଦାନନ୍ଦ ସାହୁ ; କାରା କର୍ମଚାରୀ

କେନ୍ଦ୍ରୀୟ କାରାଗାର ;କଟକ ;ଚୌଦ୍ୱାର


Rate this content
Log in