Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Others

2  

Mamatamanjari Das

Others

ପ୍ରେମ

ପ୍ରେମ

1 min
6.7K


ଭଲ ପାଇବାରେ ନଥାଏ ସକାଳ

ନଥାଏ କେବେ ବି ରାତି

ଦେଖା ଯାଏ ନାହିଁ ରଙ୍ଗ କଳା ଧଳା

କିମ୍ବା ଜାତି ଅଜାତି ।

ପ୍ରେମ ଥରେ ହେଲେ ହୃଦୟ ତଟରେ

ଗଗନ ଛୁଅଁଇ ମନ

ଭୋକ ଶୋଷ ସବୁ ଦୂରେଇ ଯାଆନ୍ତି

ଦିନରେ ଆସଇ ସ୍ୱପ୍ନ ।

ସୁଖର ପିଆଲା ଭର୍ତ୍ତି ହୋଇଯାଏ

ଦୁଃଖ ଯାଏ ଅପସରି

ଦିଗନ୍ତ ଉହାଡୁ ସୁନେଲି କିରଣ

ଧୀରେ ଧୀରେ ଆସେ ଝରି ।

ମନ ହୋଇଯାଏ ସ୍ୱପ୍ନିଳ ସ୍ୱପ୍ନିଳ 

ଝରେ ଚନ୍ଦନର ବାସ୍ନା

ସେ ପ୍ରୀତି ଗଙ୍ଗାରେ ସ୍ନାନ କଲେ ଥରେ

ହୃୃଦୟୁ ମେଣ୍ଟଇ ତୃଷ୍ଣା ।

***ମମତା ମଞ୍ଜରୀ ଦାସ ,କଟକ***


Rate this content
Log in