ଅଳି ଗୁଞ୍ଜନେ
ଅଳି ଗୁଞ୍ଜନେ
ଅଳି ଗୁଞ୍ଜନେ
========
ଅଳିର ଗୁଞ୍ଜନେ ଶୁଣେ ମୁଁ ତୁମର
ଓଁକାର ନାଦର କମ୍ପନ ।
କଳିର ମୁଦ୍ରିତ ରୂପରେ ଦେଖେ ମୁଁ
ତୁମ ସୌମ୍ୟ ଶାନ୍ତ ଵଦନ ।।
ଅଶାନ୍ତ ସାଗର ଢେଉରେ ଶୁଣେ ମୁଁ
ମହା ପ୍ରଳୟର ଗର୍ଜନ ।
ଲେଲିହାନ୍ ଅଗ୍ନି ଶିଖାରେ ଦେଖେ ମୁଁ
ତୁମର ତୃତୀୟ ନୟନ ।।
ଅନନ୍ତ ଆକାଶ ନୀଳିମାରେ ଦେଖେ
ନୀଳକଣ୍ଠ ତୁମ ସୁନ୍ଦର ।
ପା°ଶୁଳ ଏ ଧରା ରଙ୍ଗେ ଦେଖେ ତୁମ
ଭସ୍ମ ଅଙ୍ଗରାଗ ଶରୀର ।।
ହିମାଦ୍ରୀର ଶୁଭ୍ର ଶିଖରେ ଶୋଭଇ
ତୁମ କୈଳାସ କନ୍ଦର ।
ସେ କନ୍ଦରେ ଧ୍ୟାନେ ଵସି ଜାଣୁଅଛ
ସାରା ଜଗତର ଖବର ।।
ହେ ସ°ସାର-ସାର ଆହେ ମହେଶ୍ୱର
ବିଶ୍ୱ ଆଦ୍ୟ ବିଶ୍ୱ କାରଣ
ଝରୁଥାଉ ତୁମ ଆଶୀଷର ଧାରା
ବିଶ୍ୱ ବନ୍ଦେ ତୁମ ଚରଣ ।।
**********