Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

3  

Sadananda Sahoo

Others

ଆସ ହେ ' ବଡବଡୁଆ

ଆସ ହେ ' ବଡବଡୁଆ

2 mins
13.5K



ଶୁଭ ଲଗନରେ ପ୍ରୀତି ପରଶରେ

ଆସ ହେ ବଡ଼ ବଡୁଆ ,

ତଵ ପ୍ରତୀକ୍ଷାରେ ଆଶା ଆକାଂକ୍ଷାରେ

ତୁଣ୍ଡେ ଭାସେ ତଵ ନାଁଆ ! !


ଅମା ଅନ୍ଧକାର ପ୍ରୀତି ସୌହାର୍ଦ୍ଦ୍ୟର

ହସ୍ତେରେ ମଶାଲ ବତୀ ,

ସରଗପୁର ରୁ ଆସ ଆହେ ଗୁରୁ

ସମ୍ପର୍କେ ବଢିବ ପ୍ରୀତି ! !


ଆଲୋକ ପ୍ରଦୀପ ସୌଭାଗ୍ୟ ବିଜୟ

ସମୃଦ୍ଧିର ଭବ୍ୟ ଛବି ,

ଏଇ ଭାରତରେ ଦିବ୍ୟ ଚେତନାରେ

ମହା ଅନୁଭବେ କବି ! !


ଶୁଭ ଦୀପାବଳି ସଂସ୍କୃତି ବିଭବି

ପ୍ରତି ଜନ ପ୍ରାଣ ମୋହେ ,

ବରଷକେ ଥରେ ଆସେ ସରାଗରେ

ହୃଦୟର କଥା କହେ ! !


ପରମ୍ପରାଗତ ପରବ ଏସତ

ପୂର୍ବଜ ସ୍ମୃତିର ପ୍ରୀତି ,

ବଡ଼ ବଡୁଆଙ୍କ ମର୍ତ୍ତ୍ୟ ଆଗମନ

ଜଳି ଉଠେ ଅର୍ଘ୍ୟ ବତୀ ! !


ପୁରାଣ ବର୍ଣ୍ଣିତ କାହଣୀ ପ୍ରତୀତ

ସ୍ଵର୍ଗାଲୋକେ ପୂଜ୍ଜ୍ଯାଷ୍ପଦ ,

କୁହୁକର ପେଡ଼ି ଖୋଲିଛି ଭାରତୀ

ପ୍ରଥା ପରମ୍ପରା ସିଦ୍ଧ ! !


ପିଷ୍ଟକ ମିଷ୍ଟକ ଦୀପାବଳି ମିତ

କୁଳ ବଧୂ ପରାକାଷ୍ଠା ,

ସ୍ଵହସ୍ତେ ଗଢଇ କାକରା ଆରିଶା

ତ୍ୟାଗପୂତ ତା'ର ନିଷ୍ଠା ! !


ଶୁଭ ଆଶିର୍ବାଦ ଦିଅ ହେ ପୂର୍ବଜ

ଆମ୍ଭେ ତଵ ଅଂଶୀଦାର ,

ସୌଭାଗ୍ୟ ବିଜୟ ହୋଇଲେ ଆମ୍ଭର

ଝରିବ ଅମୃତ ନୀର ! !


ମହା ଆଲୋକରେ ଆସିବ ଭାସ୍କରେ

ଦୀପାବଳି ଖ୍ୟାତି ପାଇଁ ,

ଝୋଟିଚିତା ଆଙ୍କି ରହିଚି ମୁଁ ଚାହିଁ

ଉପବାସେ ହେ' ଗୋସାଇଁ ! !


ମାଆ ମହା କାଳି ସୁଖ ଦିଅ ଢାଳି

ତୁମ୍ଭରି ଆଶ୍ରିତ ଆମ୍ଭେ ,

ଏ ମର୍ତ୍ତ୍ୟ ପୁରରେ ତଵ ନାମ

ଭାସେ ଭକତି କରୁଚି ସର୍ବେ ! !


ଆଲୋକର ପର୍ବ କରିବ ଦହନ

ଗର୍ବ ଅହଂକାର ହିଂସା ,

ସଂପର୍କର ଭାବ ହେବତ ବଳିଷ୍ଠ

ଦୁରୀଭୂତ ହେବ ଈର୍ଷା ! !


ହେ ବଡ଼ ବଡୁଆ ସ୍ମୃତିର ଦୁନିଆଁ

ଜଗତର ସ୍ନେହିଁ ବନ୍ଧୁ ,

କର ଫୁଲ ବୃଷ୍ଟି ସରଗୁ ନିକ୍ଷେପି

ତୁମ୍ଭେ ପରା କୃପାସିନ୍ଧୁ ! !



ସଦାନନ୍ଦ ସାହୁ,

କାରା କର୍ମଚାରୀ ,

କେନ୍ଦ୍ରୀୟ କାରାଗାର , କଟକ , ଚୌଦ୍ଵାର


Rate this content
Log in