Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

2.0  

Sadananda Sahoo

Others

ପଖାଳ ଦିବସ

ପଖାଳ ଦିବସ

1 min
730




ପଖାଳ କଂସାର ମହିମା ଅପାର

ଆହାର ମଧ୍ୟରେ ଶ୍ରେଷ୍ଠ

ଉତ୍କଳପ୍ରଦେଶେ ଜନମନେ ଭାସେ

ସ୍ଵାଦତା' ବଳିଷ୍ଠ ମିଷ୍ଠ ! !


ବିରଳ ଏ'ଭୋଜ୍ୟ ନିଆରା ମହକ

ସୁବାଷିତ ତା'ର ନୀର

ଆତ୍ମ ତୃପ୍ତି ମିଳେ ପଖାଳ ଭକ୍ଷଣେ

ଲୋଡା ନାହିଁ କ୍ଷୀର ସର ! !


ପଖାଳର ମିତ ଚଷାପୁଅ ସତ

ଅତୁଟ ଭାବ ବନ୍ଧନ

ରାତି ପାହିଗଲେ ପଖାଳ ସେ'ଭୁଞ୍ଜେ

ପଖାଳ ଜୀବନ ଧନ ! !


ଧନୀକି ଗରିବ ସବୁରି ଆଦର

ପଖାଳ କଂସାରେ ମନ

ଉଦର ଭଣ୍ଡାର କରେ ପରିପୂର୍ଣ୍ଣ

ବିତି ଯାଏ ସାରା ଦିନ ! !


ଲବଣ ବ୍ୟଞ୍ଜନ ପଖାଳର ଧନ

କେତେ ପୁଣି ଯତିପାତ

ଶାଗଭଜା ସଙ୍ଗେ ବଡ଼ିଟା ମହକେ

କଞ୍ଚାଲଙ୍କା ବଡ଼ବିତ୍ତ ! !


ଚୁନା ମାଛ ଭଜା ମହୁରାଡି ଖଞ୍ଜା

ପଖାଳ ପରଶ ମଣି

ଶୁଖୁଆ ବେସର ଜମଇ ଆସର

ଖଞ୍ଜିଦିଏ ମାଆ ଜାଣି ! !


ବଡ଼ିଚୁରା ସଙ୍ଗେ ପଖାଳ ମହକେ

ଆଳୁ ଭରତାରେ ମନ

ଝୁଡଙ୍ଗ ବିଇନି ମାଆ ଭାଜେ ଜାଣି

ଭୁଞ୍ଜିବ ତା' ଗଣ୍ଠିଧନ ! !


ହେ'ପଖାଳ ସରାଗୀ ଉତ୍କଳନିବାସୀ

ପାଳହେ' ପଖାଳପର୍ବ

ଵିଶ୍ଵ ଦରବାରେ ଖ୍ୟାତି ଅର୍ଜିବାରେ

ବଢିବ ଆମ ଗୌରବ ! !


ଗ୍ରୀଷ୍ମ ଅବକାଶେ ପଞ୍ଚତାରକାରେ

ପଖାଳ ଚାହିଦାବେଶି

ନେତାକି ଅମଲା ସଭିଁଙ୍କ ସଦିଚ୍ଛା

ଭୁଞ୍ଜନ୍ତି ସରାଗେ ହସି ! !


ଏ'ଶୁଭ ଦିବସେ ଭୁଞ୍ଜିବା ସରବେ

ପଖାଳର ଗାଥାଗାଇ

ପୁରୁଣା ବିଭବ ଆମରି ଐତିହ୍ୟ

ଭୁଲିବାନି କେବେ ଭାଇ ! !


ପଖାଳ ଦିବସ ମହିମା ଅଶେଷ

ଓଡ଼ିଆ ଜାତିର ମାନ

ମାର୍ଚ୍ଚ ମାସର ଏ'କୋଡିଏ ତାରିଖ

ପାଳିବା ପରବ ଧନ ! !

@ @ @ @ @ @ @ @ @ @

ସଦାନନ୍ଦ ସାହୁ , (କାରା କର୍ମଚାରୀ )

କେନ୍ଦ୍ରୀୟ କାରାଗାର , କଟକ , ଚୌଦ୍ଵାର !


Rate this content
Log in