ବୁଢାପା
ବୁଢାପା
ଚାଲୁ ଚାଲୁ ପଡି ଯିବାର ଭୟ ଥିଲା
ଯେତେବେଳେ ....
କାଳି ଆଙ୍ଗୁଠି ବଢୋଉ ଥିଲ ତୁମେ
ଏବେ ମୋ ଗୋଡ ଶକ୍ତ
ପଡିଯିବାର ଆଦୌ ଭୟ ନାହିଁ....
ଯେତେବେଳେ ଡର ଲାଗୁଥିଲା
ମୁଁ ତୁମକୁ ଜାବୋଡି ଧରୁଥିଲି
ତମେ ବି ମତେ ଭିଡି ଧରୁଥିଲ ଛାତିରେ...
ହନୁମାନ ଚାଳିଶାରେ ଛାଡୁଥିଲା ଡର,
ସେହି ଦିନଠୁ ତମେ ଘୋଷେଇ ଥିବା
ଚାଳିଶା ଭୁଲିନି ଏଯାଏ.....
ସତ୍ୟ ଧର୍ମ ପଥରେ ଚାଲିବାକୁ
ଶୁଣେଇଛ ରାମାୟଣ ମହାଭାରତ
ତାହା ବି ଭୁଲିନି
କିନ୍ତୁ କଣ ଭୁଲିଛି ମୁଁ ??
ତୁମ ଥରୁଆ ହାତରୁ ଚଷମା ଖସିଲେ
ଯେତେବେଳେ ତୁମ ପାଦରେ ଯୋର ନାହିଁ
ଉଣ୍ଡାଳି ଖୋଜିବାରେ....
ମୁଁ ଚିଡିଚିଡି ହେଇ ଦୁରେଇ ଯାଏ ସେଥିରୁ
ହୁଏତ ମୋ,କାଳି ଆଙ୍ଗୁଠି ଖୋଜିପାରିଥାନ୍ତା
ତୁମ ଚଷମା....
କାଳେ ଦେହ ଖରାପ ହେବ ଡରରେ
ବିଭିନ୍ନ ଜିନିଷ ଖାଇବାକୁ ମନା କରି......
ଆଉ ଫରମାଇସକର ତୁମ ପଥି !
ମୋ ସ୍ତ୍ରୀ ଡରରେ ତୁମ କଥା କାଟ ଖାଇଯାଏ...
କିନ୍ତୁ......
ତା ଉପରେ ହନୁମାନ ଚାଳିଶା
ପ୍ରଭାବ ପକାଏନା ମୋର.....
ତୁମ ସତ୍ୟ ଧର୍ମର ତର୍ଜମା ମୁଁ ଏପରି କରେ ...
କାହା ଦୃଷ୍ଟି ପଡିବା ଆଗରୁ
ଟେବୁଲ ତଳେ କରେ ଅପକର୍ମ.....
ନିଜକୁ ରାମ କୃଷ୍ଣ କରିବା ନିଶାରେ ...
ଭୁଲ ବୁଝିବନି ବାପା !
ମୋ ପାଇଁ ବି ଥୁଆ ହୋଇଛି ବୁଢାପା
ଯୋଉଠି ମୋ ପୁଅ ଖଂଜିଛି ମୋ,ଠେଇଁ
ମୋବାଇଲ ଲାପଟପ୍ ଚାକର ଓ କୁକୁର।
ତୁମ ପଡିହା ବେଳେ ମୋ ହାତ...
ବଢାପା ପ୍ରତାପ ନାୟକ