ଛମ ଛମ ତୁମ ପାଉଜି ଶବଦ
ଛମ ଛମ ତୁମ ପାଉଜି ଶବଦ
1 min
6.9K
ଛମ ଛମ ତୁମ ପାଉଜି ଶବଦ
ଛମକେ ଗଡିଆ ତୁଠେ,
ପଠା କାଶତଣ୍ଡୀ କବରୀ ସଜାଏ
ଶେଫାଳି ମହକି ଉଠେ,
ଖୋଜା ଖୋଜା ଆଖି ବୋଝିଳ ସନ୍ଧ୍ୟାରେ
ବିରହେ ଲୋତକ ଢାଳେ
ମନକୁହେ ତୁମେ ତୁମେ ଆସି ପହଞ୍ଚିବ
ଜହ୍ନର ଗାଧୁଆ ବେଳେ,
ଚୁନା ଚୁନା ଫୁଲ ଫୁଟି ହସୁଥିବେ
ଋତୁ ଥିବ ଭିଜା ଭିଜା
ତୁମେ ଆସୁଥିବ ସପନ ପୋତରେ
ମୁଁ ଥିବି ଦିଗ ହଜା
ତପନ ଦୀକ୍ଷିତ
(ବେଳାଭୂମି)