Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

2  

Sadananda Sahoo

Others

କାର୍ତ୍ତିକ ମାହାତ୍ମ୍ୟ

କାର୍ତ୍ତିକ ମାହାତ୍ମ୍ୟ

2 mins
5.9K



କଳିଙ୍ଗ ଉତ୍କଳେ ସମୃଦ୍ଧିଯେ ହସେ

ପୂରୁବ ସ୍ମୃତିକୁ ଭାବି ,

ନିଆରା ମହକ ମାଟିର ସଅକ

ସଂସ୍କୃତି ବିଭବ ଛବି ! !


ଏମହା କାର୍ତ୍ତିକ ଧରମ ବିଶେଷ

ଓଡ଼ିଆ ହବିଷ ମାସ ,

ଧରମ କରମ ସବୁତ ନିହିତ

ମନ ପ୍ରାଣେ ଭକ୍ତି ରସ ! !


ଇତିହାସ କହେ ଜମା ମିଛ ନୁହେଁ

ସାଧବ ରୋଚକ ଗାଥା ,

ଧନ ଧାନ୍ଯେ ପୁର୍ଣ୍ଣ ଥିଲା ଏଉତ୍କଳ

ସ୍ଵର୍ଣ୍ଣ ଆଭୁଷଣେ ମଥା ! !


ବାଣିଜ୍ୟେ ବଣିକ ସାଧବର ସୁତ

ବୋଇତର ଅଧିପତି ,

ପଣ୍ୟ ଦ୍ରବ୍ୟ ନେଇ ବିଦେଶ ଯାଆନ୍ତି

ଦରିଆରେ ବିତେ ରାତି ! !


ସାତ ସାଧବକୁ ସାତ କୁଳ ବଧୂ

ବିତ୍ତୀୟ ଏ ପରମ୍ପରା ,

ଅର୍ଘ୍ୟ ଥାଳି ଧରି ବନ୍ଦାପନାକରି

ଦିଅନ୍ତି ମେଲାଣି ପରା ! !


ଶଙ୍ଖ ହୁଳହୁଳି ପଡଇ ଉଚ୍ଛୁଳି

ବୈଭବ ଦରିଆ କୁଳ ,

ସାଧବ କୁଳର ସାତ ସାଧବାଣି

ସମର୍ପନ୍ତି ପ୍ରୀତି ଜଳ ! !


ଶୁଭ ଅବକାଶ ବାଣିଜ୍ୟ ବିଭବ

କାର୍ତ୍ତିକ ମାହାତ୍ମ୍ୟ ସତ୍ୟ ,

ପାଳୁଛି ଓଡ଼ିଆ ପରବ ବଢିଆ

ଭକତିରେ ଥାଇ ନିତ୍ୟ ! !


ଉତ୍କଳର ସୁତ ବାଣିଜ୍ୟ ଜନକ

ବିଦେଶେ ଅର୍ଜିଛି କିର୍ତ୍ତୀ ,

ଜାଭାକି ସୁମିତ୍ରା ସିଂଘଳ ଶ୍ରୀଲଙ୍କା

ସବୁଠାରେ ତା'ର ଖ୍ଯାତି ! !


ଆକାମା ବୈଇ ପାନଗୁଆ ଥୋଇ

ସମର୍ପଣେ ପାନଗୁଆ ,

ମାସକର ଧର୍ମ ହୋଇଯାଉ ମୋର

ଦୁନିଆଁଟା ଲାଗୁ ନୂଆ ! !


କଦଳୀ ପାଟୁଙ୍ଗା ଶୋଲ ଗଢା ଡଙ୍ଗା

ଭାସିଯା ବିଭବ ସ୍ମୃତି ,

ମହମ ପ୍ରଦୀପ ଅବା ଘୃତଦୀପ

ଆଲୋକ ବର୍ତିକା ପ୍ରୀତି ! !


ସଦାନନ୍ଦ ସାହୁ , କାରାକର୍ମଚାରୀ ,

କେନ୍ଦ୍ରୀୟ , କାରାଗାର , କଟକ ,

ଚୌଦ୍ଵାର ! ph- 9776184548


Rate this content
Log in