ହେ ଈଶ୍ୱର ! ଆସ
ହେ ଈଶ୍ୱର ! ଆସ
1 min
7.1K
ହେ ଈଶ୍ୱର !ଏ ବିବର୍ଣ୍ଣ ପୃଥିବୀକୁ
ଆସ ନାହିଁ ....ଆଉ ଆସନାହଁ ..
ଏଠି ସବୁ ନିଶାଗ୍ରସ୍ତ 'ମୁଁ' ର ମଦିରା ପିଇ
ମଳୟରେ ଖେଳେ ଏଠି
ପ୍ଲାଷ୍ଟିକ ଫୁଲରେ ଛିଞ୍ଚା ଅତର ମହକ
ମିଛ ପିନ୍ଧେ ସତର ନିର୍ମୋକ,
ଜୀବନ ନିଥର ଏଠି ବଞ୍ଚିବାଟା ଶୂନ୍ୟତାର ହାଇ ,
ଯୀଶୁ , କୃଷ୍ଣ ଅବା ସେଇ ଆଲ୍ଲା ରୂପ ନେଇ
ହେ ଈଶ୍ୱର !
ଆସ ନାହିଁ ଆଉ ଆସନାହଁ ।।
ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
ନିର୍ମୋକ:ଖୋଳପା