Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sisir Panda

Others

2  

Sisir Panda

Others

କାର୍ତ୍ତିକ ପୁନେଇଁ

କାର୍ତ୍ତିକ ପୁନେଇଁ

1 min
6.7K


କାର୍ତ୍ତିକ ପୁନେଇଁ ଆଜି ପରା ଆସ

ଭସେଇ ଦବାରେ ଡଙ୍ଗାଟେ

ବିଶ୍ଵାସରେ ହୁଏ ସବୁତ ସମ୍ଭବ

ଗୋବର ଗାଡିଆ ଗଙ୍ଗାଟେ ।

କାହାଣୀ ଏସବୁ ଅତୀତ ଯୁଗର

ସାଧବ ପୁଅ ବା କାହାନ୍ତି

ବିଧି ପାଳନକୁ ଆମେ ଖାଲି ଡଙ୍ଗା

ଭସେଇକି ସୁଖ ପାଆନ୍ତି ।

ହେଉ ସେ କଦଳୀପାଟୁକା ହେଉବା

ସୋଲ କାଠ ଅବା ଯହିଁରେ

ଓଡ଼ିଆ ଜାତିର ହୃତ ଗଉରବ

ଲୁଚିଅଛି ପରା ତହିଁରେ !

କାହିଁ କେତେ ଦୂର ସାଗର ସେପାରେ

ଆମରି ସାଧବେ ଯାଇକି

ବେପାର ବଣିଜ କରି ଆଣୁଥିଲେ

କେତେ ଚିଜ ଆମ ପାଇଁ କି ।

ପାନ ଗୁଆ ଥୋଇ ଦୀପରେ ବନ୍ଦେଇ

ଡଙ୍ଗା ଭସେଇଲେ ସରବେ

ଅତୀତ କାହାଣୀ ହେଉ ସେ ପଛକେ

ଛାତି ଫୁଲି ଉଠେ ଗରବେ ।


କୁଆଁସ , ମେରଦା କାଟିଆ

ଯାଜପୁର


Rate this content
Log in