Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

3  

Prasanna Kumar Madala

Others

ଗାଆଁ ମାଟିର ମୋହ

ଗାଆଁ ମାଟିର ମୋହ

1 min
8.9K



ସଜନା ଶାଗର ମହକରେ ଯହିଁ

ପଖାଳ କଂସା ବି ହସେ

ସଜନୀ ମୋହର ସେଇଠି ସଙ୍ଗାତ

ବାଡି ଅଗଣାରେ ବସେ ।

ପୋଦିନା ପତରେ ତେନ୍ତୁଳି ସହିତ

କଞ୍ଚାଲଙ୍କା ହେଲେ ମିଶା

ଲାଳ ଗଡିଯାଏ ଥପଥପ ହୋଇ

କି କହିବି ତାର ନିଶା ।

ତେଲିଆ ମୁଣ୍ଡର ଜଟିଆ ବେଣୀରେ

ଖଞ୍ଜି ଇଟିମୂଳା ଫୁଲ

ସତ ମୁଁ କହୁଛି ପ୍ରିୟା ମୋର ଦିଶେ

ମନମୋହିନୀର ତୁଲ ।

ମନେ ଅଛି ସାଙ୍ଗ ପୁଟୁସ୍ ଲଟାର

ଆମ ଚାଟଶାଳୀ ହତା

ନିଇତି ସେଇଠି ଲୁଚାଇ ଦିଏ ତା'

ବହିମୁଣା ଆଉ ଛତା ।

ଖୋଜି ଖୋଜି ଯେବେ ହାଲିଆ ହୁଅଇ

ଲାଜକୁଳୀ ସେଇ ଝିଅ

ମିଛଟାରେ ତାର ସାଥେ ଥାଇ କୁହେ

ହେଇଟି ପାଇଲି ନିଅ ।

ଶୀତୁଆ ସକାଳ ଆରତି ବେଳାରେ

ଶୁଭେ ଯେବେ ଘଣ୍ଟି ବାଜା

ଦେଉଳ ମୁହଁରେ ଦେଖା ହୋଇଯାଏ

ଦିଶୁଥାଏ କେଡ଼େ ତାଜା ।

ଛୁଟିବେଳ ହେଲେ ପୁଅଝିଅ ଆମେ

ଖୁସିରେ ହୋଇକି ମେଳ

ମାତି ଭଲ ଲାଗେ ଛୁଆଁ ଛୁଇଁ ସାଥେ

ଖେଳି ବୋହୂଚୋରି ଖେଳ ।

ଯେତେ ଯାହା କହ ଭୁଲି କି ହେବ ସେ

ପିଲାଳିଆ ଦିନ ସାଥୀ

ଉପରବେଳାର ଲେଉଟାଣି ଖରା

ଭରଇ ବିରହ ତାତି ।

ସେଥିପାଇଁ ସାଙ୍ଗ ଫେରିଯିବି ପୁଣି

ମୋ ମାଟି ମାଆର ଦେଶେ

ଗାଆଁ ମଶାଣି ମୋ ସ୍ବର୍ଗଦ୍ବାର ପରା

ଜଳିଯିବି ପରିଶେଷେ ।


ପ୍ରସନ୍ନ କୁମାର ମାଦଳା

ଘର ନଂ - ଏଫ୍ / ୧୩

ସେକ୍ଟର - ୪

ରାଉରକେଲା - ୭୬୯୦୦୨

ଦୂରଭାଷ - ୭୯୭୮୧୯୨୨୨୭


Rate this content
Log in