Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

2.0  

Sadananda Sahoo

Others

ପରକୀୟା ପ୍ରିତୀ

ପରକୀୟା ପ୍ରିତୀ

1 min
7.4K



ପ୍ରେମରେ କଳଙ୍କ ନଲାଗୁ ହେ ମିତ

ପ୍ରଥା ପରମ୍ପରା ବିତ୍ତ ;

ପବିତ୍ର ଭାରତେ ସଂସ୍କୃତିର ଛାପେ

ଶୁଦ୍ଧ ଅର୍ଦ୍ଧାଙ୍ଗିନୀ ଚିତ୍ତ !!


ପାଶ୍ଚାତ୍ୟ ସଂସ୍କୃତି ନୁହେଁ ଆମ ନୀତି

ହେ'ସର୍ବୋଚ୍ଚ ଅଦାଲତ ;

ତୁମ୍ଭରି ଘୋଷଣା କରେ ଆନ ମନା

ବଦଳାଇ ଦିଅ ମତ !!


ପ୍ରଥା ପରମ୍ପରା ସଂସ୍କୃତି ନିଆରା

ପବିତ୍ର ଏମାଟି ମାଆ ;

କୁଳବଧୂ ଏଠି ଜାଳେ ସଞ୍ଜବତୀ

ପାପ ପ୍ରେମେ ନାହିଁ ନାଁଆ !!


ପତିବ୍ରତା ନାରୀ ବ୍ରତଉପଚାରି

ମଙ୍ଗଳ ବିଧାନ କରେ ;

ପରକୀୟା ପ୍ରିତୀ ମରୀଚିକାଛବି

ନଥାଏ ତା'ଭାବନାରେ !!


ପବିତ୍ର ପ୍ରେମରେ ନଲାଗୁ କଳଙ୍କ

ତୁମ ରାୟ ଅନୁସାରେ ;

ଆହେ ନ୍ୟାୟମୂର୍ତ୍ତୀ ଭାବିଲ କେମିତି

ପତ୍ନୀ ଧର୍ମ ବିପକ୍ଷରେ !!


ସଂସାରର ଛବି ଦେଖ ଆଖି ବୁଜି

କୁଳବଧୂ ଅଛି ଘରେ ;

କୁଳର ଚନ୍ଦ୍ରମା' ନାହିଁ ପାପ ଚିନ୍ତା

ହସି ଦିଏ ସରାଗରେ !!


ସମାନତା ଆଳ ନୁହଁଇ ପ୍ରଜୁଜ୍ଯ

ଶାରୀରିକ ସମ୍ବନ୍ଧରେ ;

ନାରୀ ଘରମଣି ନୁହେଁ କଳଙ୍କିନୀ

କାମନା ବାସନା ଦ୍ୱାରେ !!


ଦିଅ ସ୍ୱାଧୀନତା ଦିଅ ସମାନତା

ନାହିଁ ଅଭିଯୋଗ କିଛି ;

ପରପୁରୁଷଟା ନହେଉ ତା'ସାଥୀ

ତୁଣ୍ଡରେ ବସିବ ମାଛି !!


ପରକୀୟା ପ୍ରିତୀ ସତେ ପାପ ପେଡ଼ି

ନାରୀର ବିଷମ ଗତି ;

ସବୁ ନାରୀ ନୁହେଁ ପାପ ଦ୍ୱାରଦେଶେ

ଖୋଜିବେ ପୀରତି ସାଥୀ !!


କାମନା ଵାସନା ହେଲେ ହଉ ଊଣା

କରିବନି ପ୍ରେମ ବଧୂ ;

ନ୍ୟାୟଳୟ ରାୟ ହେବନି ବିଜୟ

କହୁଛି ଭାରତୀ ବିନ୍ଦୁ !!



ସଦାନନ୍ଦ ସାହୁ ; ଧୁରୁଷୀଆ; ଆଠଗଡ ; କଟକ ;


Rate this content
Log in