Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SARATA KUMAR DAS

Others

2  

SARATA KUMAR DAS

Others

ଫଗୁଣ ଆସିଛି ଫେରି

ଫଗୁଣ ଆସିଛି ଫେରି

1 min
368



ଶୀତର ପ୍ରକୋପ ନିଷ୍ପ୍ରଭ ହେଲାଣି

ଧରା ହସେ କରି କିରି

ଚନ୍ଦନ ବନରୁ ବହୁଛି ମଳୟ

ଫଗୁଣ ଆସିଛି ଫେରି ।।


ଆମ୍ବ ବଉଳରୁ ଝରିଲାଣି ବାସ

କୋଇଲି ର କୁହୁକୁହୁ

ଫୁଲ ବଗିଚାରେ ମଧୁପ ଗୁଂଜନ

ଫଗୁରୁ ଝରୁଛି ମହୁ ।।


ଫଗୁଣ ମେଲିଛି ରଙ୍ଗର ପସରା

ହଳଦୀ ବସନ୍ତ ଦେହେ

ଶୁଷ୍କ ତରୁ ଲତା ହୁଏ ପଲ୍ଲବିତ

କୁମ୍ଭାଟୁଆ ମନ୍ତ୍ର ଗାଏ ।।


ପ୍ରଜାପତି ଉଡେ ଏ ଫୁଲ ସେ ଫୁଲ

ଶିହରିତ ହୁଏ ମାଟି

ପ୍ରେମର ଫଲଗୁ ବହେ କଳକଳ

ସୁସଜ୍ଜିତ ଦିବ୍ୟ ସୃଷ୍ଟି ।।


ସାତ ସପନର ଉତ୍ତାଳ ତରଙ୍ଗ

ହୃଦୟେ ଖେଳଇ ଦୋଳି

ପ୍ରୀତିର ସ୍ତବକ ମୂର୍ଚ୍ଛନା ତୋଳଇ

ସଂଧ୍ୟା ର ପ୍ରଦୀପ ଜାଳି ।।


ପ୍ରେମସିକ୍ତ ହୁଏ ତନୁ ମନ ପ୍ରାଣ

ମିଳନର ପ୍ରତୀକ୍ଷାରେ

ପହିଲି ଫଗୁଣ ପହିଲି ପରଶେ

କାମନାର ଅର୍ଘ୍ଯ ଝରେ ।।


ସୂରୁଜ ବୁଣଇ ପ୍ରୀତିର ମୁରୁଜ

ଜହ୍ନ ଢାଳିଦିଏ ମଧୁ

ବିରହ ଅଗ୍ନିରେ ଛଳ ଛଳ ଆଖି

ଲାଜକୁଳି ନବବଧୁ ।।


ସାତ ସପନକୁ ସାତ ରଂଗେ ମାଖି

ସାତ ଦୀପ ଜଳେ ଧୀରେ

ସାତ ଜନମର ମଧୁର ସମ୍ପର୍କ

ବାନ୍ଧି ହୁଏ ସାତ ସୁରେ ।।


ଶରତ କୁମାର ଦାସ


Rate this content
Log in