Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସତ୍ୟ ଦାସ

Inspirational

3.3  

ସତ୍ୟ ଦାସ

Inspirational

ନାରୀ ସଶକ୍ତି କରଣ

ନାରୀ ସଶକ୍ତି କରଣ

1 min
1.6K


ନାରୀ ସଶକ୍ତିକରଣ

 ସତ୍ୟ

  ନାରୀ ଜାୟା ସାଥେ ଭଗିନୀ ନାରୀ
  ଦୁହିତା ପୁଣି ସେ କାହା ଦୁଲାରୀ,
  ସେ ସିଂହବାହିନୀ ସଂହାରକାରୀ
  ଯୁଗେଯୁଗେ ପାପୀ ବିନାଶକାରୀ । 

  ନାରୀଜାତି ନୁହେଁ ଜମା ଅବଳା
  ନୁହେଁ ସେ ଦୁର୍ବଳା, ଅଟେ ସବଳା,
  ନାରୀ ପ୍ରଗତିରେ ଦେଶ ପ୍ରଗତି
  ନାରୀ ଅଗ୍ରଗତି ଦେଶର ଶକ୍ତି । 

  ନାରୀ ନୁହେଁ ଜମା ସୌଖୀନ ଦ୍ରବ୍ୟ
  ଯାହାର ଇଚ୍ଛା ତା' ସାଥେ ଖେଳିବ,
  ନାରୀ ଯେବେ ନିଜେ ଅସ୍ତ୍ର ଧରିବ
  ସବୁ ଅତ୍ୟାଚାର ଦୂରେଇଯିବ । 

  ନାରୀଜନ୍ମ ନୁହେଁ ଲୁହ ଢାଳିବା
  ମଥାପାତି ଅତ୍ୟାଚାର ସହିବା,
  ନାରୀଜନ୍ମ ଅଟେ ଲଢିବା ପାଇଁ
  ନାରୀ ନୁହେଁ ଭୀରୁ, ସେ ଲକ୍ଷ୍ମୀବାଈ । 

  ଧର୍ଷଣ,ଶୋଷଣ' ଯୌତୁକ ପ୍ରଥା
  ବାଲ୍ୟବିବାହକୁ ଭୃଣର ହତ୍ୟା,
  କେବେ ଶୁଭେ ବଧୂପୋଡିର ହାଲ୍ଲା
  ଆଉକେବେ ବଳାତ୍କାର ମାମଲା । 

  ଚାରିଆଡୁ ଶୁଭୁ ଗୋଟିଏ ସ୍ବର 
  ନାରୀଶିକ୍ଷା ସାଥେ ପ୍ରଚାର ପ୍ରସାର,
  ନାରୀ ଶିକ୍ଷାଦୀକ୍ଷା ଭାରି ଜରୁରୀ
  ସମାଜର ଅଧା ଅଂଗ ଯେ ନାରୀ । 

  ଜନମାନସରେ ହେଉ ଏ ବ୍ୟାଖ୍ୟା
  ଆମ ଅଧିକାର ନାରୀ ସୁରକ୍ଷା,
  ସୁରକ୍ଷିତ ହେବେ ସେବେ ତ ନାରୀ
  ଯେବେ ହେବେ ସେ ସମ ଅଧିକାରୀ । 

  ଶୁଭିବନି ଆଉ ଆର୍ତ୍ତଚିତ୍କାର
  ହବନାହିଁ ହତ୍ୟା କନ୍ୟାଭୃଣର,
  ନାରୀ ଶକ୍ତୀକରଣ ଲକ୍ଷ୍ୟ ସବୁରି
  ସମାଜ ଅଧୁରା, ନଥିଲେ ନାରୀ ।
 
************
                                          


Rate this content
Log in

Similar oriya poem from Inspirational