Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

3  

Sadananda Sahoo

Others

ସ୍ମୃତିରେ ସାଥୀ

ସ୍ମୃତିରେ ସାଥୀ

2 mins
516



ସ୍ମୃ୍ତିରୁ ବିସ୍ମୃତି ହୋଇନାହିଁ ଛବି

ଉଙ୍କିମାରେ ପ୍ରଶ୍ନବାଚୀ ,

କାହିଁକି କେଜାଣି ଭୁଲିମୁଁ ପାରିନି

କି'ଅବା ସମ୍ବନ୍ଧ ଅଛି ! !


ବାଲ୍ୟ ଜୀବନର ଆଦ୍ୟବନ୍ଧୁ ମୋର

ମନ ଆକାଶର ପକ୍ଷି ,

ତିରିଶ ବରଷ ହେଲାଣି ବିଗତ

ଖୋଜୁଛି ମୋ'ସ୍ଵପ୍ନ ଆଖି ! !


ସମୟ ଚକ୍ରରେ ହଜିଗଲୁ ଦୁହେଁ

ଚପଳ ବୟସେ ପ୍ରାନ୍ତେ ,

ମଧ୍ୟ ଇଂଗ୍ରାଜିର ଷଷ୍ଠଶ୍ରେଣୀ କକ୍ଷ

ସମ୍ପର୍କର ଇତିବୃନ୍ତେ ! !


ପରଦେଶୀ ସାଥୀ ପ୍ରିୟ ସହପାଠୀ

ଥିଲା ମୋ'ର ଅନ୍ତରଙ୍ଗ ,

ପ୍ରତି ମୁହୂର୍ତ୍ତରେ ସମ୍ପର୍କ କୁହୁକେ

ଧ୍ୟାନ କରୁଥିଲା ଭଗ୍ନ ! !


ସମ୍ପର୍କ ସମ୍ବନ୍ଧ କେତେବା ସୁଦୃଢ

ବାଳୁତ ବୟସ ଛାପେ ,

ସେ'ଥିଲା ବାଆଁରା ମୁଁ'ଥିଲି ଆବାରା

ପ୍ରେମଭାବ ଥିଲା ସୁପ୍ତେ ! !


ସମ୍ପର୍କର ଡୋରି ଯାଇଥିଲା ଛିଡି

ଯାଇଥିଲି ସଵୁଭୁଲି ,

ବହୁବର୍ଷ ପରେ ଖୋଜିଲା ସତରେ

ସ୍ମୃତିର ଦରଜା ଖୋଲି ! !


ବଦଳି ଯାଇଛି ଠିକଣା ହଜିଛି

ସ୍ମୃ୍ତି ଏବେ ବହୁଦୂରେ ,

କେମିତି ଖୋଜୁଛୁ ପୁରୁଣା ଠିକଣା

ସ୍ମୃ୍ତି ତୋ'ର ଶାଶୁ ଘରେ ! !


ବାଲ୍ୟ ଲୀଳାଖେଳା ଅପସରିଗଲା

ଭୁଲି ଯାଇଛୁକି ସାଥୀ ?

ହେ'ବନ୍ଧୁ ସଖା ହବୁ କେବେ ଦେଖା

ପ୍ରତୀକ୍ଷାରେ ମୁଁ'ଯେ ଅଛି ! !


ସପତ୍ନୀକେ ତୁ'ଯେ ଆସିବୁ ସରାଗେ

କରୁଛି ମୁଁ' ନିମନ୍ତ୍ରଣ ,

ନୂଆ ଠିକଣାରେ ପାଦ ଦେବୁତୁ'ରେ

ରହିଲା ସ୍ମୃ୍ତିର ରାଣ ! !


ସଦାନନ୍ଦ ସାହୁ , (କାରା କର୍ମଚାରୀ )

କେନ୍ଦ୍ରୀୟ କାରାଗାର , କଟକ , ଚୌଦ୍ଵାର ! !


Rate this content
Log in