Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Others

5.0  

Bauribandhu Lenka

Others

ଉଡେ ତ୍ରିରଙ୍ଗା

ଉଡେ ତ୍ରିରଙ୍ଗା

1 min
327



ମୋ ଦେଶର ପ୍ରତି କୋଣେ ଅନୁକୋଣେ

            ବହେ ଦେଶ ପ୍ରେମ ଗଙ୍ଗା 

ଯେତେ ଦିନ ସୂର୍ଯ୍ୟ ଚନ୍ଦ୍ର ଥିବେ ରହି

           ଉଡୁୁଥିବ ଏ ତ୍ରିରଙ୍ଗା ॥ ୦ ॥


ମୋ ଦେଶ ବାଳିକା ସୁମନ କଳିକା

            ବିଦ୍ୟାବତୀ ଲୀଳାବତୀ 

ମୋ ଦେଶ ବାଳକ ଗାନ୍ଧି ତିଳକ

            ପରି ଅରଜିବେ ଖ୍ୟାତି 

ମୋ ଦେଶର ପ୍ରତି ଯୁବକ ବିବେକ-

            ଆନନ୍ଦଙ୍କ ଜ୍ଞାନ ଗଙ୍ଗା 

ଯେତେ ଦିନ ସୂର୍ଯ୍ୟ ଚନ୍ଦ୍ର ଥିବେ ରହି

            ଉଡୁୁଥିବ ଏ ତ୍ରିରଙ୍ଗା ।। ୧ ॥


ମୋ ଦେଶ ଲଳନା ଯୁଦ୍ଧେ ବୀରାଙ୍ଗନା

            ଡରେନି ଦେବାକୁ ପ୍ରାଣ 

ମୋ ଦେଶ ସୈନିକ ସଦା ସେ ନିର୍ଭୀକ

            ସୀମା ସୁରକ୍ଷାରେ ଧ୍ୟାନ 

ମୋ ଦେଶ କବିର ଲେଖନୀରୁ ଝରେ

           ଦେଶପ୍ରେମ‐ନୀରା ଗଙ୍ଗା 

ଯେତେ ଦିନ ସୂର୍ଯ୍ୟ ଚନ୍ଦ୍ର ଥିବେ ରହି

            ଉଡୁୁଥିବ ଏ ତ୍ରିରଙ୍ଗା ॥ ୨ ॥


         


Rate this content
Log in