Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅକ୍ଷୟ କୁମାର ବେହେରା

Others

4.5  

ଅକ୍ଷୟ କୁମାର ବେହେରା

Others

ଧୂମ୍ରପାନ

ଧୂମ୍ରପାନ

1 min
23.4K


ମାନବ ଜନମ ଦୃଲଭ ଜୀବନ 

ଜୀବଗଣେ ଶ୍ରେଷ୍ଠ ସ୍ଥାନ,

ତଥାପି ଏ ନର ଅବୁଝା ତା ମନ 

ଦେହ କୁ ନ ଦିଏ ଧ୍ୟାନ ।


ରୋଗ ଗ୍ରାସ କଲେ ଶରୀରରେ ଥରେ 

ତନୁ ଧୀରେ ହୁଏ କ୍ଷୀଣ,

ନିଜ ଗୁଣ ପାଇଁ ରୋଗ ଆଣି କିଣି 

ଦୁଃଖ କଷ୍ଟେ କାଟେ ଦିନ ।


ବିଡି, ସିଗାରେଟ, ଗଞ୍ଜେଇର ଧୂଆଁ 

କର୍କଟ ରୋଗ କାରଣ,

ଜାଣି ଶୁଣି ସବୁ ନ ମାନନ୍ତି କିଛି 

କରୁଥାନ୍ତି ଧୂମ୍ରପାନ ।


ଅଭ୍ୟାସେ ପଡିଲେ ଛାଡି ନ ପାରିବ 

ହୁଅ ବାବୁ ସାବଧାନ,

ଗରିବ ରାକ୍ଷାସ ପାଖ ଛାଡିବନି 

ନୁହେଁ ଏ ମିଥ୍ୟା ବଚନ ।


ଯୁବପିଢି ମାନେ ଆଜିର ସମାଜେ 

ବେଶି ଦେଉଛନ୍ତି ମନ,

ଧୂମ୍ରପାନ କରି ଧୂଆଁ ଛାଡୁଥାନ୍ତି 

ଭାବି ଏଇତ ଫେସନ ।


ନିଜେ ବଶ ହୋଇ ଅନ୍ୟକୁ ଶିଖାନ୍ତି 

ନିଜ ବନ୍ଧୁ ପରିଜନ,

ଅବୁଝା ହୋଇଣ ବୁଝି ନ ପାରନ୍ତି 

ଏଇ କାର୍ଯ୍ୟ ଅଟେ ହୀନ ।


ସର୍ବେ ଏକ ହୋଇ ଜନ ସମାଜକୁ 

କରାଇବା ସଚେତନ,

ହେଲେ ରୋଗେ ପଡି ଯିବନାହିଁ ଆଉ 

ଧୂମ୍ରପାନ ରେ ଜୀବନ ।


Rate this content
Log in