Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

3  

Hrushikesh Satpathy

Others

ଲେଖିବି ଲେଖିବି ପଡିବିନି ଥକି

ଲେଖିବି ଲେଖିବି ପଡିବିନି ଥକି

1 min
13.5K


ଦିବ୍ୟ ସମ୍ପର୍କରେ ବନ୍ଧା ମୁଁ ନିଜେ
କବିତା ପୃଷ୍ଠାର
ଧାରେ ଧାରେ।

ସମଗ୍ର ବନ୍ଧୁ ଓ ବାନ୍ଧବୀ ଅଛନ୍ତି
ମୋ'କାଳି, କଲମ
ଅନ୍ତରାଳେ ।

ବନ୍ଧୁ ନୁହନ୍ତି ସେ,ବାନ୍ଧବୀ ନୁହନ୍ତି
ମୋ' ଆତ୍ମ ଜୀବନ
ପୃଷ୍ଠା ଲିପି ।

ତାଙ୍କରି ପ୍ରେରଣା ଆଗେଇଛି ମୋତେ
ରାହା ଦେଖାଇଛି
ଛପି ଛପି ।

ନିଝୁମ ରାତିର ନିଶୂନ ପ୍ରହରେ
ତାଙ୍କରି ପ୍ରେରଣା
ଗୁଞ୍ଜରୀତ ।

ବୀଣାପାଣି ଙ୍କର ବୀଣାର ଝଙ୍କାର
ମୃଦୁ ମୃଦୁ ତାଳେ
ଝଙ୍କୁରୀତ ।

ମୋ'କଲମ ସ୍ରୋତ ବହେ ଅବିରତ
ରଚିବାକୁ କଥା
ସମାଜର ।

ସାଧାରଣ ଜଣେ ମଣିଷ ଅଟେ ମୁଁ
ଗାଇବାକୁ ବ୍ୟଥା
ଜଗତର ।

ମୋ' ତୁଳୀ ରେ ନାହିଁ ସେ ସିଦ୍ଧ ସାମର୍ଥ୍ୟ
ତାଙ୍କରି ଭାବନା
ଆଙ୍କିବାକୁ ।

ଦରଦ ଦ୍ରାକ୍ଷାରେ ଜର୍ଜରିତ ହେଲେ
ଭାବିନିଏ ନିଜ
ଆତ୍ମା ତାଙ୍କୁ ।

ସେ ଆତ୍ମାରେ ଅଛି ମଣିଷ ପଣିଆ
ବନ୍ଧୁତ୍ୱ ହୁଙ୍କାରେ
ବାକ୍ୟ ଛଳେ ।

"ହେ ପ୍ରିୟ ସାଧକ,ସାରସ୍ୱତ ଭ୍ରାତା !
ନିରାଶ୍ରୟ ନୁହଁ
ତୁମେ ତିଳେ ।"

ସ୍ନେହରେ ଆପ୍ଳୁତ, ପ୍ରୀତିରେ ପ୍ଲାବିତ
ସାରସ୍ୱତ ସୁରେ
ବନ୍ଧା ମନ ।

ଲେଖିବି ଲେଖିବି ପଡିବିନି ଥକି
ଲିଭିଯିବା ଯାଏ
ଏ ଜୀବନ ।


Rate this content
Log in