ବଜାର
ବଜାର
ବଜାର ବଜାର କହନ୍ତି ସଭିଏଁ
ଏ ବଜାର ଗଢିଛି କିଏ
କେତେଟା ପଇସା ଆଉ ମୂଲଚାଲ
ଏଠି ନାରୀର ଇଜ୍ଜତ୍ ନିଲାମ୍ ହୁଏ ।
ନଥାଏ ଏଠି ଗୋଲାପର ଶେଯ
ଆଉ ଅବଗୁଣ୍ଠନର ମୁହଁ
ଏଠିଥାଏ ଖାଲି ସମୟର ମୂଲ
ଆଉ ପଇସାର ମୋହ ।
କାମନା ବାସନା ମୋହରେ ବନ୍ଧା
ପୁରୁଷ ପଣିଆ ହୋଇଯାଏ କାପୁରୁଷ
ଖିନ୍ ଭିନ୍ କରି ଖାଇଯାଏ ସେ
ନାରୀଟିର କୋମଳ ଶରୀରରୁ ମାଂସ ।
ପ୍ରତିବାଦ କରିବାକୁ ଚାହିଁ ବି
ନଥାଏ ତା'ର ପାଟି ଖୋଲିବାରେ
କେହି ନିଜ ଇଛାରେ ତ
ପୁଣି କେହି ଅନିଛାରେ ନିଜକୁ ବିକିଦିଏ
କାମାନ୍ଧ ପୁରୁଷ ହାତରେ ।
ଏଠି ନିତି ଭିଡ ଲାଗେ
ନୂଆ ନୂଆ ସ୍ପର୍ଶର ଉଷ୍ମତାରେ
ହଜିଯିବା ପାଇଁ ,,
ଘାରେ ଖାଲି ପାଇବାର ନିଶା
ଚାଲେ ମୁଲଚାଲ ସମୟକୁ ବାଣ୍ଟିନେଇ ।
ଚାଲେ ଖାଲି ଏଠି ଅଦଳ ବଦଳର ଭିଡ
ଆଉ ସେଠି ବଳି ପଡନ୍ତି ନିତି
ନାରୀ କୁଢ କୁଢ ,,
ଗୁମୁରି ଗୁମୁରି କାନ୍ଦିବାରେ ସରିଯାଏ
ଏଠି ଅନିଛୁକ ନାରୀର ସମୟ
କେଇଟା ଟଙ୍କାରେ ବିକ୍ରି ହୋଇଯାଏ
ତା' କୋମଳ ଶରୀର
ଏଇ ହେଲା ଆଜିର ବଜାର ।