Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Romance

2.5  

Prasanna Kumar Madala

Romance

ଅଦନ୍ତା

ଅଦନ୍ତା

1 min
13.4K


ନିକୁଞ୍ଜେ କୁଞ୍ଜରୀ   ମଞ୍ଜୁଳ ମଞ୍ଜରି

    ଆହ୍ଲାଦେ ଭରଇ ତୁଣ୍ଡେ,

ମାତାଲ ମାତଙ୍ଗ   ଅମଙ୍ଗେ ଅନଙ୍ଗ

    ଆଶ୍ଳେଷି ଭିଡଇ ଶୁଣ୍ଢେ ।

ଦର୍ଶନ ନ କରେ     ଦଶନ ନିକରେ

    ଦୁର୍ବହ ଦେହ ସେ ପୀନ

ଭାବରେ ଭାବିନୀ   ସୁଭଙ୍ଗୀ ଭାବିନି

     ଭାବୀ ଶିଶୁ ଦନ୍ତହୀନ ।

( ଶବ୍ଦାର୍ଥ :- ନିକୁଞ୍ଜ -ଲତା କୁଞ୍ଜ , କୁଞ୍ଜରୀ - ହସ୍ତିନୀ , ମଞ୍ଜୁଳ - ମନୋହର , ମଞ୍ଜରି - ମୁକୁଳ , ମାତଙ୍ଗ - ହସ୍ତୀ , ଅନଙ୍ଗ - କନ୍ଦର୍ପ , ଦଶନ - ଦାନ୍ତ , ନିକରେ - ସମୂହେ ,ଦୁର୍ବହ - ଯାହା ବହନ କରିବା ଦୁଃସାଧ୍ୟ , ପୀନ - ପୃଥୁଳ ,ଭାବିନୀ - କାମିନୀ , ଭାବିନି - ଭାବି ନାହିଁ , ଭାବୀ - ଆଗାମୀ )


Rate this content
Log in